ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଉତ୍ତରପ୍ରଦେଶର ଶିକ୍ଷାମନ୍ତ୍ରୀଙ୍କ ଦାବିକୁ ନେଇ ସୋମବାର ରାଜ୍ୟସରକାର ଏବଂ ବିଜେପିକୁ ଟାର୍ଗେଟ କରିଛନ୍ତି କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ ଭଦ୍ରା । ସେ କହିଛନ୍ତି କି ସତ୍ତାରୁଢ ପାର୍ଟିର ନେତାଙ୍କୁ ପ୍ରଧାନମନ୍ତ୍ରୀଙ୍କ ସମର୍ଥନ ପାଇଁ ଅପିଲ ଟିସାର୍ଟର ମାର୍କେଟିଂ କରିବା ଅପେକ୍ଷା ଶିକ୍ଷାମନ୍ତ୍ରୀଙ୍କ ପୀଡା ଉପରେ ଧ୍ୟାନ ଦେବା ଉଚିତ୍ ।
ପ୍ରିୟଙ୍କା ଟ୍ୱିଟ୍ କରି କହିଛନ୍ତି କି, ‘ଉତ୍ତରପ୍ରଦେଶର ଶିକ୍ଷାମନ୍ତ୍ରୀଙ୍କ ପରିଶ୍ରମକୁ ପ୍ରତିଦିନ ଅପମାନ କରାଯାଉଛି, ଅଧିକାଂଶ ପୀଡିତା ଏନେଇ ଆତ୍ମହତ୍ୟା କରି ସାରିଲେଣି । ଯିଏ ରାଜରାସ୍ତାକୁ ଓହ୍ଲାଇଲା ସରକାର ତାଙ୍କ ଉପରେ ଲାଠି ଚାର୍ଜ କଲେ ।’ସେ ଆହୁରୀ ମଧ୍ୟ କହିଛନ୍ତି କି, ‘ ଟିସାର୍ଟର ମାର୍କେଟିଂ କରିବାରେ ବିଜେପିର ନେତାମାନେ ବ୍ୟସ୍ତ ଅଛନ୍ତି । କାଶ୍ ସେ ତାଙ୍କର ଧ୍ୟାନ ସେମାନଙ୍କ ପ୍ରତି ବି ଦିଅନ୍ତେ ।’
उत्तर प्रदेश के शिक्षामित्रों की मेहनत का रोज़ अपमान होता है, सैकड़ों पीड़ितों नें आत्महत्या कर डाली। जो सड़कों पर उतरे सरकार ने उनपर लाठियाँ चलाई, रासुका दर्ज किया। भाजपा के नेता टीशर्टों की मार्केट्टिंग में व्यस्त हैं, काश वे अपना ध्यान दर्दमंदों की ओर भी डालते। #Sanchibaat pic.twitter.com/eBeyNSt3va
— Priyanka Gandhi Vadra (@priyankagandhi) March 25, 2019
ପୂର୍ବ ଉତ୍ତର ପ୍ରଦେଶର ପ୍ରଭାରୀ ପ୍ରିୟଙ୍କା ଗାନ୍ଧୀ ରବିବାର ଆଖୁ ଚାଷୀଙ୍କ ପ୍ରସଙ୍ଗକୁ ନେଇ କହିଥିଲେ କି, ‘ଆଖୁ ଚାଷୀଙ୍କ ପରିବାର ଦିନରାତି ଏକାଠି କରି ପରିଶ୍ରମ କରୁଛନ୍ତି । ମାତ୍ର ଉତ୍ତରପ୍ରଦେଶ ସରକାର ସେମାନଙ୍କ ଦାୟିତ୍ୱ ନେଉ ନାହିଁ । ଚାଷୀଙ୍କ ୧୦ ହଜାର କୋଟି ବଳକା ଅର୍ଥ ତାଙ୍କ ପିଲାଙ୍କ ଶିକ୍ଷା, ଭୋଜନ, ସ୍ୱାସ୍ଥ୍ୟ ଏବଂ ଅଗାମୀ ଫସଲ ଆଦି ସବୁ କିଛି ଠପ ହୋଇଯିବ । ଏହି ଚୌକିଦାର କେବଳ ଧନୀଙ୍କ ଡ୍ୟୁଟି କରୁଛନ୍ତି, ଗରିବଙ୍କୁ କୌଣସି ଖାତିରି ନାହିଁ ।’