ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି ପଞ୍ଜାବର କ୍ୟାବିନେଟ୍ ମନ୍ତ୍ରୀ ନବଜ୍ୟୋତ ସିଂହ ସିଦ୍ଧୁ । ପଞ୍ଜାବ ଫେରିବା ପରେ ସେ ଶନିବାର ତାଙ୍କ ଟ୍ୱିଟର ଯୋଗେ ଏହି ସୂଚନା ଦେଇଛନ୍ତି । ସେ ତାଙ୍କ ଇସ୍ତଫା ପତ୍ର ଜୁନ୍ ୧୦ ରେ ପାର୍ଟି ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କୁ ପଠାଇଥିଲେ । ଏହାସହିତ ସେ ତାଙ୍କ ଇସ୍ତଫା ପତ୍ର ପଞ୍ଜାବ ମୁଖ୍ୟମନ୍ତ୍ରୀଙ୍କୁ ବି ପଠାଇବେ ବୋଲି ଅନ୍ୟ ଏକ ଟ୍ୱିଟରରେ ଜଣାଇଛନ୍ତି ।
ମନ୍ତ୍ରୀ ପଦର ଅଦଳ ବଦଳ ଯୋଗୁଁ ସିଦ୍ଧୁ ସିଦ୍ଧୁ କିଛି ଦିନ ହେବ ଅସନ୍ତୋଷ ଥିଲେ । ସିଦ୍ଧୁଙ୍କ ଠାରୁ ଜୁନ୍ ମାସରେ ପର୍ଯ୍ୟଟନ ଏବଂ ସାଂସ୍କୃତିକ ବିକାଶ ବିଭାଗ ଫେରାଇ ନେଇଥିଲେ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂ । ଏହାସିହତ ସେ ତାଙ୍କୁ ଉର୍ଜା ଏବଂ ନବୀକରଣୀୟ ଉର୍ଜା ବିଭାଗର ଦାୟିତ୍ୱ ଦେଇଥିଲେ । ଏଥିପାଇଁ ସିଦ୍ଧୁଙ୍କ ଖରାପ ପ୍ରଦର୍ଶନ ବୋଲି କୁହାଯାଇଥିଲା ।
କିଛି ଦିନ ପୂର୍ବେ ତାଙ୍କ ବିପକ୍ଷରେ ବିଜେପି ନେତା ତରୁଣ ଚୁଗ ରାଜ୍ୟପାଳରେ ଚିଠି ଲେଖି ଅଭିଯୋଗ କରିଥିଲେ କି , ସିଦ୍ଧୁ ମନ୍ତ୍ରୀ ପଦରୁ ଶପଥ ନେଥଗଲେ ସତ କିନ୍ତୁ ଏଯାବତ୍ କାର୍ଯ୍ୟଭାର ସମ୍ଭାଳି ନାହାଁନ୍ତି ।