ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ରାଫେଲ ପରେ ଏବେ ଅଯୋଧ୍ୟା ବିବାଦକୁ ନେଇ ବୟାନ ରଖିଛନ୍ତି ରାହୁଲ ଗାନ୍ଧୀ । ଶୁକ୍ରବାର ଦିନ ସେ ତାଙ୍କ ବୟାନରେ କହିଛନ୍ତି କି, ୨୦୧୯ ଲୋକସଭା ନିର୍ବାଚନରେ କଂଗ୍ରେସର ପ୍ରସଙ୍ଗରେ ରାମମନ୍ଦିର ନାହିଁ । ବରଂ ଭ୍ରଷ୍ଟାଚାର , ବେରୋଜଗାର ଏବଂ ଲୋକଙ୍କ ସମସ୍ୟା ଭଲି ବଡ ପ୍ରସଙ୍ଗ ରହିବ । ଆମ ଏଜେଣ୍ଡାରେ ରାମମନ୍ଦିର ହିଁ ନାହିଁ ।
ଖବରମୁତାବକ, ଅଯୋଧ୍ୟାରେ ରାମ ମନ୍ଦିରକୁ ନେଇ ହେଉଥିବା ବିବାଦ ଉପରେ ଶୁଣାଣି ଜାନୁଆରୀ ୧୦କୁ ସୁପ୍ରିମକୋର୍ଟ ପକ୍ଷରୁ ଘୁଞ୍ଚାଇ ଦିଆଯାଇଛି । ଶୁକ୍ରବାର ସୁପ୍ରିମକୋର୍ଟ ପକ୍ଷରୁ କୁହାଯାଇଛି କି ଏହି ମାମଲାରେ ଶୁଣାଣି ପାଇଁ ଉପଯୁକ୍ତ ପୀଠର ଗଠନ କରାଯିବ । ଦେଖିବାକୁ ଗଲେ ରାହୁଲ ତାଙ୍କ ଏଜେଣ୍ଡାରେ ରାମ ମନ୍ଦିର ପ୍ରସଙ୍ଗ ସାମିଲ କରିନାହାନ୍ତି । କିନ୍ତୁ ସେ ପୁଣି ଥରେ ରାଫେଲ ଡିଲ ଉପରେ ନିଜର ବୟାନ ଦେଇଛନ୍ତି ।