ଦେଶରେ କରୋନା ସଂକ୍ରମଣ ବଢି ଚାଲିଛି । ଦିନକୁ ଦିନ ଆକ୍ରାନ୍ତ ସଂଖ୍ୟା ବି ବୃଦ୍ଧି ହେଉଛି । ସେଥିପାଇଁ ସରକାରଙ୍କ ପକ୍ଷରୁ ଦେଶବ୍ୟାପୀ ଲକ୍ ଡାଉନ୍ ଘୋଷଣା କରାଯାଇଛି । ଇତିମଧ୍ୟରେ ବିପକ୍ଷ ଦଳ ପକ୍ଷରୁ ଲଗାତର ଭାବେ ପ୍ରଶ୍ନ କରାଯାଉଛି କି ଗରିବଙ୍କ ପାଇଁ ଆର୍ଥିକ ସହାୟତାର ଘୋଷଣା କରାଯିବା ଉଚିତ୍ । କେବଳ ଏତିକି ନୁହେଁ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଆଜି ଏନେଇ ଏକ ସାମ୍ବାଦିକ ସମ୍ମିଳନୀ କରିଥିଲେ । ଏହି ସମ୍ମିଳନୀରେ ରାହୁଲ ଗାନ୍ଧୀ କହିଛନ୍ତି କି, ଆମେ ସମସ୍ତେ ଏକ ଗମ୍ଭୀର ସ୍ଥିତିରେ ଅଛେ, ସମସ୍ତ ରାଜନୈତିକ ଦଳକୁ ଏକାଠି ହେବାକୁ ହେବ । ଗତ ଦୁଇ ମାସ ହେବ ମୁଁ ଅନେକ ବିଶେଷଜ୍ଞଙ୍କ ସହ ଆଲୋଚନା କରୁଛି, ଲକ୍ ଡାଉନ୍ ଏକ ପଜ୍ ବଟନ୍, ଏହା କରୋନା ସଙ୍କଟର ସଲ୍ୟୁସନ ନୁହେଁ । ଯେତେବେଳେ ଲକ୍ ଡାଉନରୁ ବାହାରକୁ ଆସିବେ, ଏହାର ପ୍ରଭାବ ପୁଣି ଆରମ୍ଭ ହୋଇଯିବ । ଲକ୍ ଡାଉନ୍ ଆପଣଙ୍କୁ କେବଳ ସମୟ ଦେବ ଯାହାଦ୍ୱାରା ଆପଣ ପ୍ରସ୍ତୁତ ହୋଇ ପାରିବେ ।
କରୋନାକୁ ହରାଇବା ପାଇଁ ଟେଷ୍ଟର ସଂଖ୍ୟାକୁ ବଢାଇବାକୁ ହେବ । ସେଥିପାଇଁ ସରକାରଙ୍କୁ ଟେଷ୍ଟିଂ ପାଇଁ ଏକ ରଣନୀତ କରିବାର ଅଛି, ଯାହାଫଳରେ କୌଣସି ବି ସ୍ଥାନରେ କେହି ବି କରୋନା ପୀଡିତ ବ୍ୟକ୍ତି ରହିବେ ନାହିଁ ।
ରାହୁଲ ଗାନ୍ଧୀ ଆହୁରି ମଧ୍ୟ କହିଛନ୍ତି କି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ କାମ କେବଳ ରାଜ୍ୟକୁ ଶକ୍ତି ଦେବା, ରାଜ୍ୟକୁ ଟଙ୍କା ଦେବାର ଆବଶ୍ୟକତା ରହିଛି । ପୁରା ଦେଶକୁ ଏକାଠି ହୋଇ କରୋନାକୁ ମୁକାବିଲା କରିବାକୁ ପଡିବ । ଏଥିପାଇଁ କେବଳ ଲକ୍ ଡାଉନ୍ କାମ କରିବ ନାହିଁ ।