ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ରାଫେଲ ପ୍ରସଙ୍ଗକୁ ନେଇ ପୁଣି ରକ୍ଷା ମନ୍ତ୍ରୀ ନିର୍ମଳା ସୀତାରମଣଙ୍କୁ ଟାର୍ଗେଟ କରିଛନ୍ତି କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ । ଲୋକସଭାର ଏକ ଭିଡିଓ ଟ୍ୱିଟ୍ କରି ରାହୁଲ୍ କହିଛନ୍ତି କି, ‘ ସଂସଦରେ ରକ୍ଷାମନ୍ତ୍ରୀ ଦୁଇ ଘଣ୍ଟା ପର୍ଯ୍ୟନ୍ତ ବାର୍ତ୍ତାଳାପ କଲେ, କିନ୍ତୁ ସେ ମୋର ଦୁଇଟି ସାଧାରଣ ପ୍ରଶ୍ନର ଉତ୍ତର ଦେଲେ ନାହିଁ । ଏହି ଭିଡିଓ ଦେଖନ୍ତୁ ଏବଂ ଶେୟାର କରନ୍ତୁ । ପ୍ରତ୍ୟେକ ଭାରତୀୟ ଏହି ପ୍ରଶ୍ନ ପ୍ରଧାନମନ୍ତ୍ରୀ ଏବଂ ତାଙ୍କ ମନ୍ତ୍ରୀ ମାନଙ୍କୁ ପଚାରନ୍ତୁ ’ ।
ରାଫେଲ ପ୍ରସଙ୍ଗ ଉପରେ କଂଗ୍ରେସ ଅଧ୍ୟକ୍ଷ, ରାକ୍ଷା ମନ୍ତ୍ରୀଙ୍କୁ ପ୍ରଶ୍ନ କରୁଥିବାର ଏହି ଭିଡିଓରେ ଦେଖିବାକୁ ମିଳିଛି । ଭିଡିଓରେ ରାହୁଲ କହିଛନ୍ତି କି , ‘ଅନୀଲ ଅମ୍ବାନୀଙ୍କୁ ଅଫସେଟ୍ କଣ୍ଟ୍ରାକ୍ଟରର ସବୁଠାରୁ ବଡ ଶେୟାର ମିଳିଛି । କିନ୍ତୁ ରକ୍ଷା ମନ୍ତ୍ରୀ ତାଙ୍କ ନାଁ ନେଇ ନାହାନ୍ତି ।’ ସେ ଆହୁରୀ ମଧ୍ୟ କହିଛନ୍ତି କି ଅନୀଲ ଅମ୍ବାନୀଙ୍କୁ ଏହି କଣ୍ଟ୍ରାକ୍ଟ କିପରି ମିଳିଲା, କିଏ ଦେଲା । ରକ୍ଷା ମନ୍ତ୍ରୀ ଦୁଇ ଘଣ୍ଟା ପର୍ଯ୍ୟନ୍ତ ବାର୍ତ୍ତାଳାପ କଲେ କିନ୍ତୁ ସେ ଏହାର ଉତ୍ତର ଦେଲେ ନାହିଁ ।