ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): କଂଗ୍ରେସର ଅଧ୍ୟକ୍ଷ ପଦରେ ଖୁବ୍ ଶୀଘ୍ର ଫେରି ପାରନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧୀ । କଂଗ୍ରେସର ଭାରତ ବଞ୍ଚାଅ ରାଲିରେ ଯୋଗ ଦେଇଥିବା ସମସ୍ତ କାର୍ଯ୍ୟକର୍ତ୍ତାଙ୍କ ମୁହଁରେ ସେହି ଗୋଟିଏ କଥା ଥିଲା । ରାଲିରେ ଲାଗିଥିବା କଟଆଉଟ୍, ପୋଷ୍ଟର, ବ୍ୟାନର ଏବଂ କାର୍ଯ୍ୟକର୍ତ୍ତାଙ୍କ ନାରାବାଜ୍ ରେ ବି ରାହୁଲ ଖୁବ୍ ଶୀଘ୍ର ଅଧ୍ୟକ୍ଷ ପଦ ସମ୍ଭାଳନ୍ତୁ ବୋଲି ଇଶାରା ଦିଆଯାଉଥିଲା ।
ରାମଲୀଳା ମଇଦାନରେ ହୋଇଥିବା ରାଲିରେ ବହୁତ କମ୍ ଲୋକ ଭାଷଣ ଦେଇଥିଲେ । ଏଥିରେ କଂଗ୍ରେସ ଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ବ୍ୟତିତ ଯେଉଁ ନେତାମାନେ ସାମିଲ ଥିଲେ, ସେମାନେ ହେଉଛନ୍ତି ଜ୍ୟୋତିରାଦିତ୍ୟ ସିନ୍ଧିୟା,ସଚିନ୍ ପାଇଲଟ୍ ଏବଂ ରାଜୀବ ସାତବ ପ୍ରମୁଖ । ଏହାସହିତ କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ ବି ରାଲିରେ ପ୍ରଥମେ ମୋ ନେତା ରାହୁଲ ଗାନ୍ଧୀ କହି ଭାଷଣ ଆରମ୍ଭ କରିଥିଲେ ।