ଭୁବନେଶ୍ୱର (ଏଟିଆର ବ୍ୟୁରୋ ) ; ବେକାରୀ ପାଇବେ ଭତ୍ତା । ୫ ବର୍ଷରେ ୫୦ ଲକ୍ଷ ବେକାରୀଙ୍କୁ ମିଳିବ ଚାକିରୀ । ଏଭଳି ପ୍ରତିଶ୍ରୁତି ଦେଇଛି ଭାରତୀୟ ଜନତା ପାର୍ଟି । ୧ ବର୍ଷକୁ ୧୦ ଲକ୍ଷ ବେକାରୀ ହିସାବରେ ୫ ବର୍ଷରେ ୫୦ ଲକ୍ଷ ବେକାରୀଙ୍କୁ ଚାକିରୀ ଦେବ ବୋଲି ବିଜେପି ନିଜ ଇସ୍ତାହାରରେ ପ୍ରକାଶ କରିଛି । ଖାଲି ସେତିକି ନୁହେଁ ବେକାରୀ ମାନଙ୍କୁ ମାସିକ ୫ ହଜାର ଟଙ୍କା ଭତ୍ତା ଦେବ ବୋଲି ବିଜେପି କହିଛି ।
Releasing BJP Manifesto for Rajasthan Legislative Assembly Elections in Jaipur, November 27, 2018 pic.twitter.com/nhNR1qS3Fd
— Arun Jaitley (@arunjaitley) November 27, 2018
ରାଜସ୍ତାନରେ ହେବାକୁ ଥିବା ବିଧାନସଭା ନିର୍ବାଚନ ପାଇଁ ବିଭିନ୍ନ ଦଳ ପକ୍ଷରୁ ପ୍ରଚାର ଜାରି ରହିଥିବା ବେଳେ ଏହି ଅବସରରେ ବିଜେପି ମଧ୍ୟ ଭୋଟର ମାନଙ୍କୁ ଆକୃଷ୍ଟ ଲରିବା ପାଇଁ ବିଭିନ୍ନ ପ୍ରତିଶ୍ରୁତିମାନ ରଖିଛି । ଯଦି ରାଜସ୍ତାନରେ ପୁଣି ଥରେ ବିଜେପି ସରକାରକୁ ଆସେ ତେବେ ବେକାରୀମାନଙ୍କୁ ଚାକିରୀ ସହିତ ଭତ୍ତା ଦେବ ବୋଲି ଜଣାଇଛି । ବିଜେପି ପ୍ରତିବର୍ଷ ସରକାରୀ ସ୍ତରରେ ୩୦ ହଜାର ଓ ବେସରକାରୀ ସ୍ତରରେ ୧୦ ଲକ୍ଷ ଯୁବକ ଯୁବତୀଙ୍କୁ ଚାକିରୀ ଦେବ ବୋଲି ଇସ୍ତାହାର ଉନ୍ମୋଚନ ସଭାରେ ଯୋଗ ଦେଇ ଅର୍ଥମନ୍ତ୍ରୀ ଅରୁଣ ଜେଟଲି କହିଛନ୍ତି । ସେହିପରି ବେକାରୀ ମାନଙ୍କୁ ଭତ୍ତା ବାବଦକୁ ପ୍ରତିମାସରେ ୫ ହଜାର ଟଙ୍କା ପ୍ରଦାନ କରାଯିବ ବୋଲି ସେ କହିଛନ୍ତି । ସୂଚନାଯୋଗ୍ୟ ୨୧ ବର୍ଷ ବୟସରୁ ଉଦ୍ଧ୍ୱର୍ ଯୁବକ ଯୁବତୀଙ୍କୁ ଭତ୍ତା ପାଇଁ ଯୋଗ୍ୟ ବିବେଚିତ କରାଯିବ ।
ସେପଟେ ଏହି ଅବସରରେ ଶ୍ରୀ ଜେଟଲି ରାଜସ୍ଥାନରେ ବିଜେପିର ଉତ୍ତମ ଶାସନ ସପକ୍ଷରେ ଯୁକ୍ତି ବାଢିଛନ୍ତି । ରାଜସ୍ଥାନରେ ବିଜେପି ଦେଇଥିବା ୬୬୫ ଟି ପ୍ରତିଶ୍ରୁତି ମଧ୍ୟରୁ ୬୩୦ ଟି ପ୍ରତିଶୃତି ପୂରଣ କରିଥିବା ସେ କହିଛନ୍ତି । ରାଜସ୍ଥାନରେ ବିଜେପିକୁ ପୁଣି ଥରେ ସରକାର ଗଢିବାକୁ ସୁଯୋଗ ଦିଆଯାଉ ବୋଲି ଶ୍ରୀ ଜେଟଲି ଲୋକଙ୍କୁ ଅନୁରୋ୍ଧ କରିଛନ୍ତି ।