ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଉତ୍ତରପ୍ରଦେଶର ମୁଖ୍ୟ ସଚିବ ଭାବେ ୧୯୮୫ ବ୍ୟାଚ୍ ର ଆଇଏଏସ ଅଫିସର ରାଜେନ୍ଦ୍ର କୁମାର ତିୱାରୀଙ୍କୁ ନିଯୁକ୍ତି କରାଯାଇଛି । ରିପୋର୍ଟ ମୁତାବକ ସେ କାର୍ଯ୍ୟବାହକ ଭାବେ ଏପର୍ଯ୍ୟନ୍ତ ମୁଖ୍ୟ ସଚିବ ପଦ ଭାର ସମ୍ଭାଳୁଥିଲେ ।
ଅନୁପ ଚନ୍ଦ୍ର ପାଣ୍ଡେୟ ୩୧ ଅକ୍ଟୋବର ୨୦୧୯ ରେ ସେବାରୁ ଅବସର ନେବା ପରେ ତାଙ୍କ ପଦ ଭାର ସମ୍ଭାଳିଥିଲେ ରାଜେନ୍ଦ୍ର କୁମାର ତିୱାରୀ, ଏବେ ତାଙ୍କୁ ପୂର୍ଣ୍ଣକାଳିକ ମୁଖ୍ୟ ସଚିବ ଭାବେ ନିଯୁକ୍ତି ଦିଆଯାଇଛି ।
୧୯୮୪ ବ୍ୟାଚ୍ ର ଆଇଏଏସ ଅଧିକାରୀ ଅନୁପ ଚନ୍ଦ୍ର ପାଣ୍ଡେୟଙ୍କୁ ୩୦ ଜୁନ୍ ୨୦୧୮ ରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ମୁଖ୍ୟ ସଚିବ ଭାବେ ନିଯୁକ୍ତି କରିଥିଲେ । ଫେବୃଆରୀ ୧୯ ଅନୁପଙ୍କ ସେବାନିବୃତି ସୂଚନା ଆସିବା ପରେ ସରକାର କେନ୍ଦ୍ରର ସହାୟକ ନେଇ ୬ ମାସ ପାଇଁ ସେବାବିସ୍ତାର କରିଥିଲେ । ସେହିପରି ଏକ ବର୍ଷ ଦୁଇ ମାସ ପର୍ଯ୍ୟନ୍ତ ଉତ୍ତରପ୍ରଦେଶର ମୁଖ୍ୟ ସଚିିବ ରହିଥିଲେ । ସେବାବିସ୍ତାରର ଅବଧି ଶେଷ ହେବା ପରେ ସେ ତାଙ୍କ ପଦରୁ ଅବସର ନେଇଥିଲେ । ଏହାପରେ ଏହି ପଦ ଭାର ରାଜେନ୍ଦ୍ର କୁମାର ତିୱାରୀଙ୍କୁ ଦିଆଯାଇଥିଲା ।