ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କ ହତ୍ୟାକାରୀ ରୋବର୍ଟ ପାୟସଙ୍କୁ ମାଡ୍ରାସ ହାଇ କୋର୍ଟ ପକ୍ଷରୁ ୩୦ ଦିନ ପାଇଁ ପାରୋଲ ଦିଆଯାଇଛି । ପ୍ରକୃତରେ କିଛି ଦିନ ପୂର୍ବରୁ ରୋବର୍ଟ ତାଙ୍କ ପୁଅର ବାହାଘର ପାଇଁ ମାଡ୍ରାସ ହାଇ କୋର୍ଟକୁ ୩୦ ଦିନର ପାରୋଲ ମାଗିଥିଲେ । ସେଥିପାଇଁ ହାଇ କୋର୍ଟ ପକ୍ଷରୁ ରୋବର୍ଟଙ୍କୁ ପାରୋଲ ମିଳିଛି ।
ସୂଚନାଯୋଗ୍ୟ, ରାଜୀବ ଗାନ୍ଧୀ ହତ୍ୟା ମାମଲାରେ ରୋବର୍ଟ ପାୟସ ଜେଲ୍ ରେ ଆଜୀବନ କାରାଦଣ୍ଡ ଭୋଗୁଛନ୍ତି । ସେପଟେ ରାଜୀବ ଗାନ୍ଧୀଙ୍କ ହତ୍ୟା ଅଭିଯୋଗରେ ୧୯୯୧ରେ ୭ ଲୋକଙ୍କୁ ଆଜୀବନୀ କାରାଦଣ୍ଡ ଶୁଣାଯାଇଥିଲା ।
ଅପରପକ୍ଷେ ମାଡ୍ରାସ ହାଇ କୋର୍ଟ ପକ୍ଷରୁ ସର୍ତ ରଖି ରୋବର୍ଟଙ୍କୁ ପାରୋଲ ଦିଆଯାଇଛି । କୋର୍ଟ ପକ୍ଷରୁ କୁହାଯାଇଛି କି, ନଭେମ୍ବର ୨୫ ରୁ ଡିସେମ୍ବର ୨୪ ଯାଏଁ ଏହି ପାରୋଲ ସର୍ତ ସହିତ ଲାଗୁ ହେବ । ଏହି ସର୍ତ ଅନୁଯାୟୀ କୌଣସି ବଡ ବଡିଆ ଲୋକଙ୍କ ସହ ସାକ୍ଷତ କରିପାରିବେ ନାହିଁ । ଏହାସହିତ ତାଙ୍କୁ ଏକ ଆଫିଡେଭିଟ୍ ଦେବାକୁ ପଡିବ କି ସେ କୌଣସି ଖରାପ ଆଚରଣ ଦେଖାଇବେ ନାହିଁ ଏବଂ ଶାନ୍ତି ରଖିବା ପାଇଁ ସହଯୋଗ କରିବେ ।