ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଜମ୍ମୁ-କାଶ୍ମୀରର ବାରମୁଲା ଜିଲ୍ଲାର ସୋପରରେ ବୁଧବାର ସୁରକ୍ଷାକର୍ମୀଙ୍କ ଦଳ ଉପରକୁ ଆତଙ୍କବାଦୀମାନେ ଆକ୍ରମଣ କରିଛନ୍ତି । ଏଥିରେ ସୁରକ୍ଷାକର୍ମୀଙ୍କ ଦୁଇ ଯବାନ ସମେତ ତିନି ନାଗରିକ ଆହତ ହୋଇଛନ୍ତି ।
ଏନେଇ ଅଧିକାରୀ କହିଛନ୍ତି କି, ସୋପୋର ଅଞ୍ଚଳରେ ଆତଙ୍କବାଦିମାନେ ସୁରକ୍ଷାକର୍ମୀଙ୍କ ଏକ ଦଳ ଉପରେ ଗୁଳି ଚଳେଇଛନ୍ତି । ଯେଉଁଥିରେ ୨ ସିଆରପିଏଫ ଯବାନ ସମେତ ଅନ୍ୟ ବ୍ୟକ୍ତି ଆହତ ହୋଇଛନ୍ତି । ଆହତଙ୍କୁ ଚିକିତ୍ସା କରିବା ଲାଗି ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଅନ୍ୟପଟେ ଆକ୍ରମଣକାରୀଙ୍କ ଧରିବା ପାଇଁ ସମ୍ପୃକ୍ତ ଅଞ୍ଚଳକୁ ଘେରାଉ କରି ଦିଆଯିବା ସହ ସର୍ଚ୍ଚ ଅପରେସନ୍ ଜାରି ରହିଛି ।