ଭଦ୍ରକ (ଏଟିଆର ବ୍ୟୁରୋ); ସ୍ଥାନୀୟ ରାଣୀତଲାରେ ବିଜେପି ବୁଥସ୍ତରୀୟ କାର୍ୟ୍ୟକ୍ରମରେ ଯୋଗଦେଇ ପୁର୍ନବାର ଓଡ଼ିଶାବାସୀଙ୍କୁ ସ୍ୱପ୍ନ ଦେଖାଇଛନ୍ତି କେନ୍ଦ୍ର ଗୃମନ୍ତ୍ରୀ ରାଜନାଥ । କହିଛନ୍ତି ଯେ, ଆଗାମୀ ନିର୍ବାଚନରେ ମୋଦି ସରକାର କ୍ଷମତାକୁ ଆସିଲେ ଓଡ଼ିଶାର ଏମଏସପି ଦେଢ଼ଗୁଣା ବୃଦ୍ଧି କରିବା ଦାବିକୁ ପୂରଣ କରାଯିବ । ଏବଂ ଯେଉଁ ଦାରଦାମ ଯାହା ଉପରେ ଲଗାଇବା ପାଇଁ ଦାବି କରିବେ ସେ ସବୁକୁ ମୋଦି ସରକାର ପୂରଣ କରିବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ରାଜନାଥ ।
ସଭା ଆରମ୍ଭରୁ ୪୦ ସହିଦ ବୀର ଯବାନଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଲେ । ସହିଦଙ୍କ ସ୍ମୃତିରେ ୨ ମିନିଟ୍ ନୀରବ ପ୍ରାର୍ଥନା କରାଯାଇଥିଲା । ମନୋଜ ଓ ପ୍ରସନ୍ନଙ୍କ ବଳିଦାନ ମନେରଖିବ ଦେଶ । ସଭାରେ ବିଜେପି କର୍ମକର୍ତ୍ତାଙ୍କୁ ଉଦବୋଧନ ଦେଇଥିଲେ ରାଜନାଥ । ଓଡିଆରେ ଓଡିଶାର ମା ଓ ଭଉଣୀମାନଙ୍କୁ ପ୍ରଣାମ ଜଣାଇଲେ ରାଜନାଥ । ବିଜେପି କର୍ମକର୍ତ୍ତାଙ୍କୁ ଅକ୍ଲାନ୍ତ ପରିଶ୍ରମ କରିବାକୁ ଆହ୍ବାନ ଦେଇଛନ୍ତି । ସ୍ବାଧୀନତା ସଂଗ୍ରାମ କ୍ଷେତ୍ରରେ ଓଡିଶାର ଅବଦାନ ମନେପକାଇଥିଲେ ରାଜନାଥ । ପିଏମ୍ ପିୟର, ଜିତିବା ପୁଣି ସିୟୋର ବୋଲି କହିଛନ୍ତି ରାଜନାଥ ।
ଦଳୀୟ କର୍ମୀଙ୍କୁ ସମ୍ବୋଧନ କରି କଂଗ୍ରେସକୁ ଟାର୍ଗେଟ କରିଥିଲେ ରାଜନାଥ। ଚୌକିଦାର ଚୋର ନୁହେଁ, ବରଂ ଚୌକିଦାରଙ୍କ ନେତୃତ୍ୱରେ ୨୦୩୦ ସୁଦ୍ଧା ଭାରତ ବିଶ୍ୱର ଶ୍ରେଷ୍ଠ ୩ଟି ସ୍ଥାନରେ ରହିପାରିବ। ବିଜେପି ସରକାର ଗଢିବାକୁ ନୁହେଁ, ବରଂ ଦେଶ ଗଢିବାକୁ ପ୍ରୟାସ କରୁଛି। ଆଉ ଏଥିରେ ଦଳୀୟ କର୍ମକର୍ତ୍ତାଙ୍କ ସହଯୋଗ ଓ ନିଷ୍ଠା ଏକାନ୍ତ ଆବଶ୍ୟକ ବୋଲି କହିଛନ୍ତି ରାଜନାଥ। ଏହା ପୂର୍ବରୁ କେନ୍ଦ୍ର ଗୃହ ମନ୍ତ୍ରୀ ବାସୁଦେବପୁରର ରକ୍ତତୀର୍ଥ ଇରମରେ ପହଞ୍ଚିଥିଲେ। ସେଠାରେ ସ୍ୱାଧୀନତା ସଂଗ୍ରାମୀଙ୍କ ସ୍ମୃତିପୀଠରେ ପୁଷ୍ପମାଲ୍ୟ ଅର୍ପଣ କରିବା ପରେ ଭଦ୍ରକାଳୀ ମନ୍ଦିର ଦର୍ଶନ କରିଥିଲେ।