ବିହାର ( ଏଟିଆର ବ୍ୟୁରୋ): ଚଳିତ ନିର୍ବାଚନରେ ମୋଦି ଲହରରେ ଦେଶରେ କେତେକ ରାଜ୍ୟରେ କଂଗ୍ରେସ ସମେତ କଂଗ୍ରେସ ସହବନ୍ଧିତ ଦଳ ଲୋକସଭା କ୍ଷେତ୍ରରେ ଖାତା ଖୋଲି ପାରିନାହାନ୍ତି । ହେହିଭଳି ବିହାରରେ ଲାଲୁ ପ୍ରସାଦ ଯାଦବଙ୍କକ ଦଳ ଆରଜେଡି ଖାତା ଖୋଲି ପାରନାହିଁ । ଲାଲୁଙ୍କ ପୁଅ ତେଜସ୍ୱୀ ଯାଦବଙ୍କ ନେତୃତ୍ୱରେ ଦଳ ଏଥର ନିର୍ବାଚନ ମୈଦାନକୁ ଓହ୍ଲାଇଥିଲା । ଚଳିତ ଥର ଆରଜେଡି କଂଗ୍ରେସ ସହିତ ମେଣ୍ଟ କରି ନିର୍ବାଚନ ଲଢୁଥିବା ବେଳେ ଆରଜେଡି ପକ୍ଷରୁ ପ୍ରାର୍ଥୀ ହୋଇଥିବା ୨୦ ଜଣ ପ୍ରାର୍ଥୀ କେହି ଜଣେ ମଧ୍ୟ ବିଜୟୀ ହୋଇ ପାରିନାହାନ୍ତି ।
ସେହିଭଳି କଂଗ୍ରେସ ପକ୍ଷରୁ ଦିଆଯାଇଥିବା ୯ ଟି ଆସନ ମଧ୍ୟରୁ ମାତ୍ର କଂଗ୍ରେସ ଖାତାକୁ ଗୋଟିଏ ଆସନ ଯାଇଛି । ବହାରର ୪୦ ଟି ଆସନ ମଧ୍ୟରୁ ବିଜେପି ୧୭, ଜେଡିୟୁ ଓ ଏଲ୍ଜେପି ମେଣ୍ଟ ୩୯ଟି । ସୂଚନାଯୋଗ୍ୟ ଗୋ ଖାଦ୍ୟ ଦୂର୍ନିତିରେ ଜେଲ ଯିବା ପରେ ଲାଲୁଙ୍କ ପୁଅ ତେଜସ୍ୱୀ ଆରଜେଡି ମୁଖ୍ୟ ହୋଇଛନ୍ତି । ତେବେ ପ୍ରଥମ ଥର ପାଇଁ ଆରଜେଡିକୁ ଏମିତି ପରିସ୍ଥିତିର ସାମ୍ନା କରିବାକୁ ପଡିଛି ।
ତେବେ ଜେଡିୟୁ ଓ ମୋଦି ଲହରରେ ଆରଜେଡିକୁ ଏଭଳି ପରିସ୍ଥିତିର ସାମ୍ନା କରିବାକୁ ପଡିଛି ବୋଲି ଆଲୋଚନା ଜୋର ଧରିଛି । ନିତିଶ କୁମାରଙ୍କ ପରି ବରିଷ୍ଠ ନେତାଙ୍କ ଆଗରେ ଶେଷରେ ଏହି ଯୁବ ନେତା ଫିକା ପଡିଛନ୍ତି । ସୂଚନାଯୋଗ୍ୟ ୧୯୯୭ରେ ଗଠିତ ହୋଇଥିବା ଆରଜେଡି ୨୦୦୮ରେ ଜାତୀୟ ଦଳର ମାନ୍ୟତା ପାଇଛି । ୨୦୦୮ ମସିହରେ ଦଳ ପ୍ରଥମ ଥର ନିର୍ବାଚନ ଲଢି ୧୭ ଟି ଆସନ ଜିତିଥିଲା ।