ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ବିହାରରେ ପୁଣି ଏକ ରାଜନେତା ବିବାଦୀୟ ବୟାନ ଦେଇଛନ୍ତି । କିଷନଗଞ୍ଜର ଏକ ଜନସଭା ଅବସରରେ ଆତଙ୍କି ସଂଗଠନ ଜୈଶ-ଏ-ମୋହମ୍ମଦ ର ମୁଖ୍ୟ ମସୁଦ ଅଜହରକୁ ‘ସାହାବ’ କହି ବିବାଦରେ ଛନ୍ଦି ହୋଇଛନ୍ତି ରାଷ୍ଟ୍ରୀୟ ଜନତା ଦଳର ବିଧାୟକ ହାଜି ସୁଭାନ ।
ମିଡିଆ ରିପୋର୍ଟ ମୁତାବକ, ବିଧାୟକଙ୍କ ଏହି ବିବାଦୀୟ ବୟାନ ଦେବା ସମୟରେ ଜନସଭାର ମଞ୍ଚଉପରେ ତେଜସ୍ୱୀ ଯାଦବ ମଧ୍ୟ ଉପସ୍ଥିତ ଥିଲେ । ଏବେ ବିଧାୟକଙ୍କ ଏହି ବୟାନକୁ ନେଇ ରାଜ୍ୟ ରାଜନୀତି ପୂରା ସରଗରମ ହୋଇ ରହିଛି ।
ସେପଟେ କିଷନଗଞ୍ଜ ଲୋକସଭା ସିଟ୍ ପାଇଁ ଜନତା ଦଳ ୟୁନାଇଟେଡ ପକ୍ଷରୁ ମହମୁଦ ଅଶରଫଙ୍କୁ ଆଶାୟୀ ପ୍ରାର୍ଥୀ କରାଯାଇଛି । ଏଠାରେ ଅପ୍ରିଲ ୧୮ ରେ ଭୋଟିଂ ହେବ । ଏହାସହିତ ଆଗାମୀ ଲୋକସଭା ନିର୍ବାଚନ ପାଇଁ ପ୍ରଚାର ମଝିରେ ଏହି ବିବାଦୀୟ ବୟାନର ଚର୍ଚ୍ଚା ଜୋର ଧରିଛି । ଏହି କ୍ରମରେ ରାଷ୍ଟ୍ରୀୟ ଜନତା ଦଳର ଜନସଭା ଅବସରରେ ଆତଙ୍କି ମସୁଦ ଅଜହରକୁ ‘ସାହାବ’କହିଦେଇଛନ୍ତି ବିଧାୟକ ହାଜି ସୁଭାନ ।
ସେ କହିଛନ୍ତି କି, ଆର୍ନ୍ତଜାତୀୟ ଆତଙ୍କି ଘୋଷିତ ରୁ ରକ୍ଷା କରିବାରେ ମସୁଦ ଅଜହର ସାହାବଙ୍କୁ ଚୀନ୍ ଭିଟୋ ପାୱାର ବ୍ୟବହାର କରିଛି । ଅଜହର ଆତଙ୍କି ନୁହଁନ୍ତି ବୋଲି ଚୀନ୍ ତାର ଭିଟୋ ପାୱାର ବ୍ୟବହାର କରିଛି ।
ଏହାବ୍ୟତିତ ଜନସଭାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆଲୋଚନା କରିଛନ୍ତି ବିଧାୟକ ହାଜି ସୁଭାନ । ସେ କହିଛନ୍ତି କି ପ୍ରଧାନମନ୍ତ୍ରୀ ବାରମ୍ବାର ପାକିସ୍ତାନ କଥା କହୁଛନ୍ତି, କିନ୍ତୁ ଚୀନ୍ ବିଷୟରେ କିଛି ବି କହୁ ନାହାନ୍ତି ।