ଦିଲ୍ଲୀ (ଏଟିଆର ବ୍ୟୁରୋ ) ; ରାହୁଲଙ୍କୁ ଟାର୍ଗେଟ କଲେ ସମ୍ବିତ । ରାହୁଲଙ୍କ ଗୋତ୍ର କଣ ବୋଲି ସିଧା ସିଧା ପ୍ରଶ୍ନ କରିଛନ୍ତି ବିଜେପି ମୁଖପାତ୍ର ସମ୍ବିତ ପାତ୍ର । ଏହା ସହ ରାହୁଲ ଯଦି ପାଇତା ପିନ୍ଧିଥାଆନ୍ତି ତେବେ ସେ କେଉଁ ଧରଣର ପଇତା ପରିଧାନ କରୁଛନ୍ତି ବୋଲି ରାହୁଲଙ୍କୁ ପ୍ରଶ୍ନ କରିଛନ୍ତି ସମ୍ବିତ । କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧିଙ୍କ ଶିବ ଭକ୍ତିକୁ ନେଇ ସମ୍ବିତ ଏପରି ପ୍ରଶ୍ନ କରିଥିବା ଜଣାପଡିଛି ।
ସୂଚନା ଅନୁସାରେ , ଗତ କିଛିଦିନ ହେବ ରାହୁଲ ନିଜକୁ ଜଣେ ଶିବ ଭକ୍ତ ବୋଲି ଦେଖାଇଆସୁଛନ୍ତି । ଏକାଧିକ ଶୈବପୀଠକୁ ରାହୁଲ ଭ୍ରମଣ କରି ପୂଜା ଅର୍ଚ୍ଚନା ମଧ୍ୟ କରୁଛନ୍ତି । ଆଗକୁ ସାଧାରଣ ନିର୍ବାଚନ ଆସୁଥିବାରୁ ଶିବଙ୍କ କୃପାଲାଭ କରିବା ନିମନ୍ତେ ରାହୁଲ ଏପରି କରୁଥିବାର ଦେଖାଯାଉଛି । ରାଜନୀତିରେ ସଫଳ ହେବା ଲାଗି ରାହୁଲ ଶିବଙ୍କ ଆଶିର୍ବାଦ କାମନା କରୁଥିବାରୁ ତାଙ୍କୁ ବହୁ ସମାଲୋଚନାର ଶିକାର ହେବାକୁ ପଡିଛି । ତେବେ ଏହାକୁ ନେଇ ସମ୍ବିତ ମଧ୍ୟ ତାଙ୍କୁ ଟାର୍ଗେଟ କରିଛନ୍ତି ।
ନିକଟରେ ମଧ୍ୟପ୍ରଦେଶର ଉଜୟନ ଠାରେ ଥିବା ମହାକାଳେଶ୍ୱର ମନ୍ଦିର ଗ୍ରସ୍ତ କରିଥିଲେ ରାହୁଲ । ସେଠାରେ ତାଙ୍କୁ କିଛି ଅଲଗା ପ୍ରକାରର ଦେଖାଯାଇଥିଲା । ଧଳାର ଧୋତି ପିନ୍ଧି ସେ ମହାକାଳେଶ୍ୱରଙ୍କ ପୂଜା କରିଥିଲେ । ଏହାକୁ ନେଇ ବିଜେପି ପକ୍ଷରୁ ବହୁ ସମାଲୋଚନା କରାଯାଇଥିଲା । ତେବେ ବିଜେପି ପୂଖପାତ୍ର ସମ୍ବିତ ପାତ୍ର ଏହାକୁ ନେଇ ରାହୁଲଙ୍କୁ ପ୍ରଶ୍ନ କରି ତାଙ୍କ ଗୋତ୍ର କଣ ବୋଲି ପଚାରିଛନ୍ତି । ଏହା ସହ ସେ କେଉଁ ପ୍ରକାର ପଇତା ପରିଧାନ କରିଛନ୍ତି ସେ ପ୍ରଶ୍ନ କରିଛନ୍ତି ।
ତେବେ କଂଗ୍ରେସ ପକ୍ଷରୁ ଏହି ପ୍ରଶ୍ନର ଦିଆଯାଇନାହିଁ । ସେପଟେ ନିର୍ବାଚନ ଯେତେ ପାଖେଇ ଆସୁଛି ରାହନୀତିରେ ଉଷ୍ମତା ସେତେ ବଢିଚାଲିଛି । କେତେବେଳେ ସରକାରଙ୍କୁ ଦ୍ୱନ୍ଦରେ ପକାଇବାକୁ କଂଗ୍ରେସ ପ୍ରଚେଷ୍ଟା କରୁଛି ତ ଅନ୍ୟପଟେ ବିଜେପି କଂଗ୍ରେସ ବହୁ ଦିଗରୁ ଆକ୍ରମଣ କରିଚାଲିଛି ।