ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଆସାମର ମୁଖ୍ୟମନ୍ତ୍ରୀ ସର୍ବାନନ୍ଦ ସୋନୋବାଲ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହିତ ସାକ୍ଷାତ କରି ତାଙ୍କ ସମକ୍ଷ ରାଜ୍ୟର ବିକାଶ ସହ ଜଡିତ ଯୋଜନା ବିଷୟରେ ଆଲୋଚନା କରିଛନ୍ତି । ସୋନୋବାଲାଙ୍କ ମୁତାବକ, ଆସାମର ବିକାଶ ପାଇଁ ପ୍ରଧାନମନ୍ତ୍ରୀ ମୋଦି ତାଙ୍କୁ ସମସ୍ତ ପ୍ରକାର ସହଯୋଗ କରିବେ ବୋଲି ଭରଶା ଦେଇଛନ୍ତି । କେବଳ ଏତିକି ନୁହେଁ ଆସାମର ଅନେକ ମାମଲା ଯାହା ଏବେ ବି ପଡିରହିଛି ସେଗୁଡିକୁ ବହୁତ ଶୀଘ୍ର ସମାଧନ କରାଯିବ ବୋଲି ମୋଦି ଆଶ୍ୱସନା ଦେଇଛନ୍ତି ।
ମଖ୍ୟମନ୍ତ୍ରୀ ସୋନବାଲା କହିଛନ୍ତି କି, ରାଜ୍ୟରେ ବନ୍ୟା ଏବଂ ମୃତ୍ତିକାକ୍ଷୟ ପ୍ରବନ୍ଧନ କାର୍ଯ୍ୟକ୍ରମ କରିବା ପାଇଁ ଧନର ମହତ୍ୱପୂର୍ଣ୍ଣ ସ୍ତୋତ ରହିଛି । ଏହି କାର୍ଯ୍ୟକ୍ରମକୁ ଆହୁରୀ ମଜବୁତ କରାଯିବ । ଆସାମ ସବୁଠାରୁ ଅଧିକ ବିପଦପୂର୍ଣ୍ଣ ପ୍ରଦେଶ । ଏଠାରେ ବନ୍ୟା ହେବା ଏକ ପ୍ରକାରର ସମସ୍ୟା । ଏହାସହିତ ନଦୀକୂଳ ମୃତ୍ତିକାକ୍ଷୟ ହେବା ଏହା ଆହୁରୀ ଏକ ସମସ୍ୟା । ଏହାଦ୍ୱାରା ରାଜ୍ୟର ସାମିଜିକ-ଆର୍ଥିକ ପରିଦୃଶ୍ୟକୁ କ୍ଷତି ପହଁଚିଥାଏ । ଆସାମର ମୃତ୍ତିକାକ୍ଷୟ ସମସ୍ୟାକୁ ଏସଡିଆରଏଫ୍ ର ଦିଶାନିର୍ଦ୍ଦେଶରେ ସାମିଲ କରାଯାଇ ନାହିଁ । ଏହି କାରଣକୁ ମୃତ୍ତିକାକ୍ଷୟକୁ ମୁକାବିଲା କରିବା ପାଇଁ ସମୟ ଅନୁସାରେ କୌଣସି ସହାୟକ ମିଳିପାରେ ନାହିଁ ।
ମୃତ୍ତିକାକ୍ଷୟ ସମସ୍ୟା ଉପରେ ଆସାମର ଲୋକଙ୍କୁ ଏନଡିଆରଏଫ୍/ଏସଡିଆରଏଫ୍ ହିସାବରେ ସହାୟତା ପ୍ରଦାନ କରାଯିବା ପାଇଁ ପ୍ରଧାନମନ୍ତ୍ରୀଙ୍କୁ ସୋନବାଲା ଆଗ୍ରହ୍ୟ କରିଛନ୍ତି । ଏହାବ୍ୟତିତ ବିଶେଷ କ୍ଷେତ୍ରରେ ବିକାଶ ଭଳି ସହର ବିକାଶ, ମତ୍ସ୍ୟପାଳନ, ସଡକ, ପୁଷ୍ପରିଣୀ, ପର୍ଯ୍ୟଟନ, ସ୍ୱାସ୍ଥ୍ୟସେବା, ବିଦ୍ୟୁତ୍ ଆଦି ପାଇଁ ୨୦ ହଜାର କୋଟି ଟଙ୍କାର ମଞ୍ଜୁରୀ ।