ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଭାରତରେ ବଧାୟକ ହେବା ପରେ ମଣିଷ ପାଗଳ ହୋଇଯାଏ ବୋଲି ଗୋଆର ରାଜ୍ୟପାଳ ସତ୍ୟପାଲ ମଲିକ ବୟାନ ଦେଇଛନ୍ତି । ଗାନ୍ଧୀଙ୍କ ୧୫୦ ଜୟନ୍ତୀ ଅବସରରେ ପାଣାଜିରେ ଅନୁଷ୍ଠିତ ହୋଇଥିବା ଏକ ସରକାରୀ କାର୍ଯ୍ୟକ୍ରମରେ ସତ୍ୟପାଳ ଏହି ବୟାନ ଦେଇଛନ୍ତି । ଏହାସହିତ ରାଜନୀତିରେ ନୈତିକତା ଆଣିବାର କ୍ରେଡିଟ୍ ସେ ଗାନ୍ଧୀଙ୍କୁ ଦେଇଛନ୍ତି ।
ସତ୍ୟପାଲ ମଲ୍ଲିକ କହିଛନ୍ତି, ମୁଁ କହିବାକୁ ଚାହୁଁଛି ଯେ ଗାନ୍ଧୀଙ୍କ ମଧ୍ୟରେ କୌଣସି ଘମଣ୍ଡ ନଥିଲା । ସେ ଜଣେ ସାଧାସିଧା ମଣିଷ ଥିଲେ । ମାତ୍ର ଆଜିକା ସମୟରେ ଭାରତରେ କୌଣସି ବ୍ୟକ୍ତି ବିଧାୟକ ହେଲା ପରେ ପାଗଳ ହୋଇ ଯାଉଛନ୍ତି । ସେମାନଙ୍କୁ ଗାନ୍ଧୀଙ୍କଠାରୁ କିଛି ଶିଖିବା ଆବଶ୍ୟକ ।
ସୂଚନାଯୋଗ୍ୟ, ଜାମ୍ମୁ-କାଶ୍ମୀରରେ ଗଭର୍ଣ୍ଣର ଥିବବା ସତ୍ୟପାଲ ମଲ୍ଲିକ ନଭେମ୍ବର ୩ ତାରିଖରେ ଗୋଆର ରାଜ୍ୟପାଳ ଦାୟିତ୍ୱ ଗ୍ରହଣ କରିଥିଲେ ।