ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଶୁକ୍ରବାର ପଶ୍ଚିମବଙ୍ଗର ୨୫ତମ କୋଲକାତା ଇଣ୍ଟରନାସନାଲ ଫିଲ୍ମ ଫେଷ୍ଟିୱାଲ ଉଦଘାଟନ ହୋଇଯାଇଛି । ଏହି ଉତ୍ସବ କୋଲକାତାର ନେତାଜୀ ଇଣ୍ଡୋର ଷ୍ଟାଡିୟମରେ ଆୟୋଜିତ କରାଯାଇଥିଲା । ଏହି ଅବସରରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜି ସମେତ ଶାହରୁଖ୍ ଖାଁ, ବିସିସିଆଇ ଅଧ୍ୟକ୍ଷ ସୌରଭ ଗାଙ୍ଗୁଲି, ମହେଶ ଭଟ୍ଟ, ନୁସରତ ଜହାଁ ଏବଂ ମିମି ଚକ୍ରବର୍ତ୍ତି ପ୍ରମୁଖ ଉପସ୍ଥିତ ଥିଲେ । ଏହି ଉତ୍ସବର ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଯେଉଁଥିରେ ମମତା ବାନାର୍ଜି ଏବଂ ଶାହରୁଖ ଖାଁ ଜମକର୍ ମଜା କରୁଥିବାର ନଜର ଆସିଛନ୍ତି ।
ଶାହାରୁଖ ଖାଁଙ୍କ ଫ୍ୟାନ୍ ପେଜ୍ ରୁ ଏହି ଭିଡିଓ ସେୟାର କରାଯାଇଛି । ଭିଡିଓରେ ମମତା ବାନାର୍ଜି କହୁଥିବାର ନଜର ଆସୁଛନ୍ତି କି ଶାହରୁଖ ଖାଁ ତାଙ୍କର ପ୍ରିୟ ଭାଇ । ସେ ତାଙ୍କ ଦମ୍ ରେ ଦୁନିଆରେ ନାଁ କମାଇଛନ୍ତି । କିନ୍ତୁ ଏହାପରେ ବି ତାଙ୍କର କୌଣସି ପ୍ରକାରର ଘମଣ୍ଡ ନାହିଁ ।
କଥା କଥାରେ ଶାହୁରୁଖ ଥଟ୍ଟାରେ ଇଶାରା କରି ମମତା ବାନାର୍ଜିଙ୍କଠାରୁ ଛୁଟି ମାଗୁଛନ୍ତି । ଏହାସହିତ ସେ ଏବେ ଆରାମ କରିବାକୁ ଚାହୁଁଛନ୍ତି ବୋଲି ଇଶାରାରେ କହୁଛନ୍ତି । ଏହାର ଜବାବରେ ଦିଦି କହୁଛନ୍ତି କି ଯଦି ତୁମେ ଛୁଟି ନେବ ତାହାଲେ ମୁଁ କଟି ପକାଇ ଦେବି ।