ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଏବେ ପୁଣି ବଲିଉଡରେ ମୁଣ୍ଡ ଟେକିଛି ଟ୍ରଗ୍ସ ମାମଲା । ଏଥିରେ ଅଭିନେତା ଶକ୍ତି କପୁରଙ୍କ ପୁଅ ସିଦ୍ଧାନ୍ତ କପୁରଙ୍କ ନାଁ ଯୋଡି ହୋଇଛି । ଡ୍ରଗ୍ସ ନେଉଥିବା ଅଭିଯୋଗରେ ସିଦ୍ଧାନ୍ତଙ୍କୁ ଗିରଫ କରାଯାଇଛି ।
ରବିବାର ବେଙ୍ଗାଲୁର ପୋଲିସ ଏକ ଫାଇଭ ଷ୍ଟାର ହୋଟେଲକୁ ରେଡ କରିଥିଲେ । ସେଠାରୁ ସିଦ୍ଧାନ୍ତକୁ ଗିରଫ କରାଯାଇଛି । ସିଦ୍ଧାନ୍ତଙ୍କ ଡ୍ରଗ୍ସ ଟେଷ୍ଟ ମଧ୍ୟ ପଜିଟିଭ ଆସିଛି । ଡ୍ରଗ୍ସ ମାମଲାରେ ସିଦ୍ଧାନ୍ତଙ୍କ ନାଁ ଆସିବା ପରେ ଶକ୍ତି କପୁର ତାଙ୍କ ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି କି, କେବଳ ଗୋଟେ କଥା କହି ପାରିବି କି ଏହା ସମ୍ଭବ ନୁହେଁ ।