ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ସର୍ବଦା ଭାରତ ପାଇଁ ଗାତ ଖୋଳୁଥିବା ଶତ୍ରୁ ଦେଶ ପାକିସ୍ତାନକୁ ପ୍ରଶଂସା କରିଛନ୍ତି ରାଷ୍ଟ୍ରୀୟ କଂଗ୍ରେସ ପାର୍ଟି (ଏନସିପି) ଅଧ୍ୟକ୍ଷ ଶରଦ ପୱାର । ସେ କହିଛନ୍ତି କି, ମୁଁ ପାକିସ୍ତାନ ଯାଇଥିଲି ସେଠାରେ ମୋର ସ୍ୱାଗତ କରାଗଲା । ପାକିସ୍ତାନୀଙ୍କର ବିଶ୍ୱାସ ରହିଛି କି ସେମାନେ ତାଙ୍କ ସମ୍ପର୍କୀୟଙ୍କ ସହ ଦେଖା ହେବା ପାଇଁ ଭାରତ ଯାଇପାରିବେ ନାହିଁ, କିନ୍ତୁ ସେମାନେ ଭାରତୀୟଙ୍କ ସହିତ ନିଜ ସମ୍ପର୍କୀୟ ଭଳି ବ୍ୟବହାର କରନ୍ତି ।
ସେ ଆହୁରୀ ମଧ୍ୟ କହିଛନ୍ତି କି, ସେଠାକାର ଲୋକ କହୁଛନ୍ତି କି ପାକିସ୍ତାନୀ ଅନ୍ୟାୟ ସହୁଛନ୍ତି ସେମାନେ ଖୁସି ନାହାନ୍ତି । କିନ୍ତୁ ଏହା ସତ ନୁହେଁ ଏହି ବୟାନ କେବଳ ରାଜନୈତିକ ଲାଭ ପାଇଁ ଦିଆଯାଇଥାଏ । ପାକିସ୍ତାନର ବାସ୍ତବ ସ୍ଥିତି ନଜାଣି ଶାସକ ବର୍ଗ କେବଳ ରାଜନୀତି ଲାଭ ପାଇଁ ମିଛ ପ୍ରଘଟ କରିଥାନ୍ତି ।
ପୱର କହିଛନ୍ତି କି, ପ୍ରକୃତରେ ପାକିସ୍ତାନର ସାଧାରଣ ଜନତା ଭାରତ ସହ ଯୁଦ୍ଧ କରିବା ପାଇଁ ଚାହୁଁ ନାହାନ୍ତି । ଯେତେବେଳେ ମୁଁ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡର ନତୃତ୍ୱ ନେଉଥିଲେ ସେହି ସମୟରେ ଭାରତୀୟ କ୍ରିକେଟ ଟିମ୍ କୁ ପାକିସ୍ତାନ ନେଇଯାଇଥିଲୁ । ସେଠାରେ ଭାରତୀୟ ଟିମ୍ କୁ ଖୁବ୍ ଭଲ ପାଇବା ମିଳିଥିଲା । କିନ୍ତୁ ଏବେ ଆମ ଦେଶରେ ଏକ ଭିନ୍ନ ମାହୋଲ ହୋଇଯାଇଛି ।
ମାଓ ଲିଚିଙ୍ଗ ପ୍ରସଙ୍ଗରେ ଶନିବାର ଦିନ ଶରଦ ପୱର କହିଛନ୍ତି କି, ପୂର୍ବରୁ ଏଭଳି ଘଟଣା ଶୁଣିବାକୁ ମିଳୁନଥିଲା କିନ୍ତୁ ଏବେ ଏଭଳି ଘଟଣା ସବୁବେଳେ ଦେଖିବାକୁ ମିଳୁଛି । ଏବେ ଦେଶରେ ସାମ୍ପ୍ରଦାୟିକ ବିକାଶ ଜରୁରୀ କିନ୍ତୁ ଶାସକ ଦଳ ଏଭଳି ଭାବୁ ନାହାନ୍ତି ।