ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ୨୦୨୨ ରେ ହେବାକୁ ଥିବା ରାଷ୍ଟ୍ରପତି ପଦ ପାଇଁ ଏନସିପି ସୁପ୍ରିମୋ ଶରଦ ପୱାରଙ୍କ ନାଁ ଆଗରେ ରହିଛି । ଶିବସେନାର ବରିଷ୍ଠ ନେତା ଏବଂ ରାଜ୍ୟସଭା ସାଂସଦ ସଞ୍ଜୟ ରାଉତ କହିଛନ୍ତି, ୨୦୨୨ର ରାଷ୍ଟ୍ରପତି ପଦର ନିର୍ବାଚନ ପାଇଁ ସମସ୍ତ ରାଜନୈତିକ ଦଳକୁ ଶରଦ ପୱାରଙ୍କ ନାଁ ବିଚାର କରିବା ଉଚିତ୍ ।
ରାଉତ ଆହୁରି ମଧ୍ୟ କହିଛନ୍ତି,୨୦୨୨ ପର୍ଯ୍ୟନ୍ତ ରାଷ୍ଟ୍ରପତି ପଦ ର ପ୍ରାର୍ଥୀ ଚୟନ କରିବା ପାଇଁ ଆମ ତରଫରୁ ପର୍ଯ୍ୟାପ୍ତ ସଂଖ୍ୟା ହେବ । ନିକଟରେ ମହାରାଷ୍ଟ୍ରରେ ଗଠବନ୍ଧନ ସରକାର ଗଠନ କରିବା ପାଇଁ ଶିବସେନା, ଏନସିପି ଏବଂ କଂଗ୍ରେସକୁ ଏକାଠି କରିବା ଲାଗି ମହତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ ଶରଦ ପୱର ।
ଦେଶର ଜଣେ ବରିଷ୍ଠ ନେତା ହେଉଛନ୍ତି ଶରଦ ପୱର । ମୋତେ ଲାଗୁଛି କି ୨୦୨୨ ରେ ହେବାକୁ ଥିବା ରାଷ୍ଟ୍ରପତି ନିର୍ବାଚନ ପାଇଁ ରାଜନୈତିକ ଦଳ ଗୁଡିକୁ ପୱରଙ୍କ ନାଁ ଉପରେ ବିଚାର କରିବା ଉଚିତ୍ ।