ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): କରୋନା ସଙ୍କଟ ମଧ୍ୟରେ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ଚୌହାନ ତାଙ୍କର ଟିମ୍ ଗଠନ କରିଛନ୍ତି । ଶିବରାଜ ଚୌହାନଙ୍କ ନେତୃତ୍ୱରେ ମଧ୍ୟପ୍ରଦେଶରେ ନୂତନ ସରକାର ଗଠନ ହେବାର ୨୯ ଦିନ ପରେ, ରାଜ୍ୟରେ ମନ୍ତ୍ରୀମଣ୍ଡଳର ୫ ଜଣ ମନ୍ତ୍ରୀ ଆଜି ଶପଥ ନେଇଛନ୍ତି ।
ମଧ୍ୟପ୍ରଦେଶରେ ମାର୍ଚ୍ଚ ୨୩ରେ ଶିବରାଜ ସିଂ ଚୌହାନ ୪ର୍ଥ ଥର ମୁଖ୍ୟମନ୍ତ୍ରୀ ହୋଇଥିଲେ । ମାତ୍ର କରୋନା ଲକ୍ ଡାଉନ୍ ଯୋଗୁଁ ମନ୍ତ୍ରୀମଣ୍ଡଳ ବିସ୍ତାର ହୋଇ ପାରିନଥିଲା । ଆଜିର ଶପଥ ଗ୍ରହଣରେ ତୁଳସୀ ସିଲାବଟ, ଗୋବିନ୍ଦ ରାଜପୁତଙ୍କ ବ୍ୟତିତ ନରୋତମ ମିଶ୍ରା, ମୀନା ସିଂ ଏବଂ କମଲ ପଟେଲଙ୍କୁ ମନ୍ତ୍ରୀ ଦାୟିତ୍ୱ ଦିଆଯାଇଛି ।
ସବୁଠାରୁ ବଡ କଥା ହେଉଛି ତୁଳସୀ ସିଲାବଟ ଏବଂ ଗୋବିନ୍ଦ ରାଜପୁତ ଦୁହେଁ ପୂର୍ବ ସରକାରରେ ମନ୍ତ୍ରୀ ଥିଲେ । ମାତ୍ର ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କ କହିବାନୁଯାୟୀ ଦୁହେଁ କମଲନାଥଙ୍କ ସରକାରରୁ ଇସ୍ତଫା ଦେଇ ବିଜେପିରେ ସାମିଲ ହୋଇଥିଲେ ।