ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ମଧ୍ୟପ୍ରଦେଶରେ କମଳନାଥ ସରକାରଙ୍କ ଦ୍ୱାରା ସଚିବାଳୟରେ ବନ୍ଦେମାତରମ୍ ଗୀତକୁ ବନ୍ଦ କରିବା ବିରୋଧରେ ମୁହଁ ଖୋଲିଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ । ସେ ଘୋଷଣା କରିଛନ୍ତି କି ସେ ଏବଂ ବିଜେପିର ସମସ୍ତ ବିଧାୟକ ଜାନୁଆରୀ ୭ରେ ସଚିବାଳୟରେ ବନ୍ଦେମାତରମ୍ ଗାନ କରିବେ ।
ଖବରମୁତାବକ, ମଧ୍ୟପ୍ରଦେଶର ସଚିବାଳୟରେ ଦୀର୍ଘଦିନ ଧରି ଚାଲି ଆସୁଥିବା ନିୟମର ଭଙ୍ଗ ହୋଇଛି । ନିୟମ ଅନୁଯାୟୀ ମାସର ପ୍ରଥମ ଦିନ ରାଷ୍ଟ୍ରୀୟ ସଙ୍ଗୀତ ଗାନ କରାଯିବ । କିନ୍ତୁ ନୂବବର୍ଷ ପ୍ରଥମ ଦିନରେ ଏହି ସଙ୍ଗୀତ ଗୁଜରିତ ନହେବାରୁ ଶିବରାଜ ସିଂ ଭଡକି ଯିବା ସହ କଂଗ୍ରେସକୁ ଟାର୍ଗେଟ କରିଥିଲେ ।
ଶିବରାଜ ଟ୍ୱଟ୍ କରି କହିଥିଲେ କି , ‘ମୁଁ ଏବଂ ବିଜେପିର ସମସ୍ତ ବିଧାୟକ ବିଧାନସଭା ଆରମ୍ଭର ପ୍ରଥମ ଦିନ ବଲ୍ଲଭ ଭବନ ପ୍ରାଗଣରେ ବନ୍ଦେମାତରମ୍ ଗାନ କରିବେ । ଏଥିରେ ସାମିଲ ହେବା ପାଇଁ ଆପଣ ସମସ୍ତଙ୍କୁ ସ୍ୱାଗତ’ ।
ସେ ଆହୁରୀ ମଧ୍ୟ କହିଛନ୍ତି କି ଯଦି କଂଗ୍ରେସକୁ ରାଷ୍ଟ୍ରୀୟ ସଙ୍ଗୀତର ଶଦ୍ଧ ଆସୁନାହିଁ କିମ୍ବା ରାଷ୍ଟ୍ରୀୟ ଗାଇବାକୁ ଲାଜ ଲାଗୁଛି , ତେବେ ମୋତେ କୁହନ୍ତୁ! ପ୍ରତ୍ୟେକ ମାସର ପହିଲାରେ ବଲ୍ଲଭ ଭବନ ପ୍ରାଙ୍ଗଣରେ ଜନତାଙ୍କ ସହ ବନ୍ଦେମାତରମ୍ ଗାଇବି । ଜୟ ହିନ୍ଦ୍ ।