ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ନିର୍ବାଚନ ପାଇଁ ବିଜେପିର ପ୍ରାର୍ଥୀ ଘୋଷିତ ହେବା ପରେ କେନ୍ଦ୍ରୀୟ ମନ୍ତ୍ରୀ ସ୍ମୃତି ଇରାନୀ ଦୁଇଦିନିଆ ଅମେଠି ଗସ୍ତରେ ଯାଇ ରାହୁଲ ଗାନ୍ଧୀଙ୍କ ଉପରେ କଡା ହମଲା କରିଛନ୍ତି । ସ୍ମୃତି କହିଛନ୍ତି କି ମହାଗଠବନ୍ଧନ ରାହୁଲଙ୍କ ସାଥ୍ ଛାଡିଦେଇଛି । ମମତା ବାନାର୍ଜି ତାଙ୍କୁ ଭାଉ ଦେଉ ନାହାନ୍ତି । ରାହୁଲ ଯାହା ସାହାରାରେ ସତ୍ତା ଭୋଗ କରୁଥିଲେ ତାଙ୍କରି ପିଠିରେ ଛୁରୀ ଭୁଷିଲେ । ଏବେ ରାହୁଲ ନିଜର ହୋଇପାରିଲେ ନା ଆଉ କାହାର ।
ସ୍ମୃ୍ତି କହିଛନ୍ତି କି, ଯେଉଁ ଲୋକ ପରିବାର ନାମ ନେଇ ତମାଶା କରି ସତ୍ତାରେ ବିରାଜମାନ ହେଲେ, ସେ ୧୫ ବର୍ଷ କାଳ ଅମେଠିର ଜନତାଙ୍କୁ ବିକାଶ ହେବାରୁ ଦୂରେଇ ରଖିଲେ । ସେଥଇପାଇଁ ମେ’ ୬ ରେ ଅମେଠିର ଜନତା ସ୍ମୃତିଙ୍କୁ ନୁହେଁ ବିକାଶକୁ ହିଁ ଜିତାଇବେ । ୫୫ ବର୍ଷ କାଳ କଂଗ୍ରେସ ଦେଶରେ ରାଜ୍ କଲା କିନ୍ତୁ କେବେ ବି କୃଷକଙ୍କ ସହ ଜଡିତ ସମସ୍ୟାକୁ ଜାଣିବା ପାଇଁ ଚେଷ୍ଟା କଲା ନାହିଁ ।
ସେ ଆହୁରୀ ମଧ୍ୟ କହିଛନ୍ତି କି, ଅମେଠିର ଲୋକେ ବିଜେପିକୁ ତାଙ୍କର ଆର୍ଶିବାଦ ଦେଇଛନ୍ତି । ତାପମାନ ସେତେବେଳେ ବଢି ଯାଇଥିଲା ଯେତେବେଳେ ଅମେଠିର ଲୋକସଭା କ୍ଷେତ୍ରରେ ବିଧାନସଭାର ୪ ଟି ସିଟ୍ ରୁ ବିଜେପି ବିଜୟ ଲାଭ କରିଥିଲା ।