ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ) କଂଗ୍ରେସର ନବନିର୍ବାଚିତ ସାଂସଦ ବୈଠକ ସେଣ୍ଟ୍ରାଲ ହଲେ ର ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ କଂଗ୍ରେସ ସଂସଦୀୟ ଦଳର ନେତା ବଛା ଯିବାର ମୁଖ୍ୟ ଏଜେଣ୍ଡା ରହିଥିଲା । ଶୁଣିବାକୁ ମିଳୁଥିଲା କି କଂଗ୍ରେସ ଅଧ୍ୟକ୍ଷ ପଦରୁ ଇସ୍ତଫା ଦେବାର ପଦକ୍ଷେପ ରାହୁଲ ଗାନ୍ଧୀ ନବଦଳାଇଲେ ତାଙ୍କୁ ଲୋକସଭାରେ ନେତା ବଛା ଯିବା ପାଇଁ କୁହାଯାଇପାରେ । ସେପଟେ ବୈଠକ ଆରମ୍ଭ ହେବା କିଛି ସମୟ ମଧ୍ୟରେ ହିଁ ସୋନିଆ ଗାନ୍ଧୀଙ୍କୁ କଂଗ୍ରେସ ସଂସଦୀୟ ଦଳର ନେତା ଭାବେ ବଛା ଯାଇଛି । ଏହାକୁ ନେଇ ସୋନିଆ କହିଛନ୍ତି କି , ‘ଆମେ ଦେଶର ୧୨.୧୩ କୋଟି ଧନ୍ୟବାଦ କରୁଛୁ ଯେଉଁମାନେ କଂଗ୍ରେସ ଦଳ ଉପରେ ବିଶ୍ୱାସ ରଖିଛନ୍ତି’ । ସଂସଦୀୟ ଦଳର ବୈଠକରେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ, ପୂର୍ବ ପ୍ରଧାନମନ୍ତ୍ରୀ ମନମୋହନ ସିଂହ, ଆନନ୍ଦ ଶର୍ମା, ଗୁଲାମ ନବୀ ଆଜାଦ ସମେତ ନେତାମାନେ ଉପସ୍ଥିତ ଥିଲେ ।
ଆସନ୍ତୁ ଜାଣିବା ଏହି ବୈଠକରେ ଜଡିତ କିଛି ଅପଡେଟ:
– ପୁଣି ଥରେ ସୋନିଆ ଗାନ୍ଧୀଙ୍କୁ ସଂସଦୀୟ ଦଳର ନେତା ଭାବେ ବଛା ଯାଇଛି । ସେ ପ୍ରଥମରୁ ଏହି ପଦରେ ଥିଲେ ଏବଂ ଆଗକୁ ବି ରହିବେ । ସଂସଦୀୟ ଦଳର ସମସ୍ତ ସଦସ୍ୟଙ୍କ ସର୍ବସମ୍ମତି ଦ୍ୱାରା ତାଙ୍କୁ ପୁର୍ନବାର ନେତା ଭାବେ ବଛାଯାଇଛି ।
– ଏନେଇ ରାହୁଲ ଗାନ୍ଧୀ କହିଛନ୍ତି କି ଆମକୁ ଆକ୍ରାମକ ହୋଇ ରହିବାର ଅଛି । ଆମର ୫୨ ସାଂସଦ ନିର୍ବାଚିତ ନିର୍ବାଚିତ ହୋଇ ଆସିଛନ୍ତି ଏବଂ ଆମେ ସମସ୍ତ ୫୨ ସାଂସଦ ଦେଶ ପାଇଁ ବିଜେପି ସହିତ ଲଢିବୁ ।
ଏହି ଲୋକସଭା ନିର୍ବାଚନରେ ବିପକ୍ଷ ଦଳ ଭାବେ କୈଣସି ବଡ ଦଳ ମଇଦାନକୁ ଓହ୍ଲାଇ ନାହାଁନ୍ତି । ବିଜେପିର ୩୦୩ ସାଂସଦ ଥିବା ବେଳେ କଂଗ୍ରେସ ପାଖରେ କେବଳ ୫୨ । ବିପକ୍ଷ ଦଳ ହେବାକୁ ହେଲେ ପାର୍ଟି ପାଖରେ ସର୍ବମୋଟ ଲୋକସଭା ସିଟ୍ ର ୧୦ ପ୍ରତିଶତ ମାନେ ୫୫ ସିଟ୍ ହେବା ଉଚିତ୍ ।