ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଲୋକସଭା ନିର୍ବାଚନ ଯେତିକି ପାଖେଇ ଆସୁଛି,ରାଜନୈତିକ ମାହୋଲ ସେତିକି ସରଗରମ ହୋଇ ଯାଉଛି । ନେତାଙ୍କ ମଧ୍ୟରେ ଗୋଡ ଟଣା ଟଣି ଚାଲିଛି । ଇତି ମଧ୍ୟରେ ସମାଜବାଦୀ ପାର୍ଟିର ନେତା ଫିରୋଜ ଖାନ୍ ଜୟାପ୍ରଦାଙ୍କୁ ନେଇ ଏକ ବିବାଦୀୟ କୟାନ ଦେଇଛନ୍ତି । ସେ କହିଛନ୍ତି କି ବିଜେପିରେ ସାମିଲ ହୋଇଥିବା ଅଭିନେତ୍ରୀ ଏବଂ ନେତ୍ରୀ ଜୟାପ୍ରଦା ରାମପୁର ମଇଦାନରେ ଓହ୍ଲାଇବା ପରେ ମାହୋଲା ପୂରା ରଙ୍ଗୀନ ହୋଇଯିବ ।
ଫିରୋଜ କହିଛନ୍ତି କି, ମୁଁ ଗୋଟେ ଦିନ ବସ୍ ରେ ଗଲା ବେଳେ ପ୍ରବଳ ଭିଡ ଥିଲା । ସେହି ଭିଡ ମଧ୍ୟରେ ଜୟା ପ୍ରଦା ମଧ୍ୟ ଫସିଥିଲେ । ମୋତେ ଲାଗିଲା କି ଏଠାରେ ଭିଡ କମାଇବା ପାଇଁ ଜୟାଙ୍କୁ ଠୁମକା ନ ଲଗାଇବାକୁ ପଡୁ ।
ଜୟାପ୍ରଦାଙ୍କୁ ନେଇ ସେ କେବଳ ଏତିକି କହି ନାହାନ୍ତି, ସେ ଆହୁରୀ ମଧ୍ୟ କହିଛନ୍ତି କି , ‘ଏବେ ତ ରାମପୁରର ସନ୍ଧ୍ୟ ବହୁତ ରଙ୍ଗୀନ ହୋଇଯିବ । ଯେତେବେଳେ ନିର୍ବାଚନୀ ହାୱା ବୋହିବ ସେତେବେଳେ ରାମପୁରର ଲୋକ ବହୁତ ଭଲ । ଭୋଟ ତ ସେମାନ ଆଜମ ଖାନ୍ ଙ୍କୁ ହିଁ ଦେବେ, କିନ୍ତୁ ମଜା ଜରୁର ଉଠାଇବେ ।’