ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଜବାହାରଲାଲ ନେହରୁ ୧୯୪୭ ମସିହାରେ ୟୁନାଇଟେଡ ନେଶଂସ ସେକ୍ୟୁରିଟି କାଉଁସିଲ (ୟୁଏନଏସସି) ରେ ଯେଉଁ ପିଟିସନ୍ ଦେଇଥିଲେ , ତାହାକୁ ପ୍ରଧାନମନ୍ତ୍ରୀ ମୋଦି ଫେରାଇ ଆଣିବା ଉଚିତ୍ । ପିଟିସନ୍ ଫେରସ୍ତ ଆଣିବା ଦ୍ୱାରା ଏଲଓସି ର ବାଧା ଅବୈଧ ହୋଇଯିବ । ଏହାପରେ ଭାରତୀୟ ସେନା ଏଲଓସି ଅତିକ୍ରମ କରି ମୁଜଫରାବାଦ ପର୍ଯ୍ୟନ୍ତ ପହଁଚି ଯିବେ ଏବଂ ସହଜରେ ପିଓକେ ଉପରେ କବ୍ଚା କରିହେବ ବୋଲି ରାଜ୍ୟସଭା ସାଂସଦ ସୁବ୍ରମଣ୍ୟମ ସ୍ୱାମୀ ବୟାନ ଦେଇଛନ୍ତି ।
ଚଣ୍ଡିଗଡର ସେକ୍ଟର ୧୦ ଡିଏଭି କଲେଜରେ ଭ୍ୟାକେସନ ଅଫ୍ ପିଓକେ ଉପରେ ଆୟୋଜିତ ହୋଇଥିବା ରାଷ୍ଟ୍ରୀୟ ସେମିନାରରେ ସୁବ୍ରମଣ୍ୟମ ସ୍ୱାମୀ ଏହି ବୟାନ ଦେଇଛନ୍ତି । ସେ କହିଛନ୍ତି କି , ଯଦି ଏବେ ବି ପାକିସ୍ତାନ ସୁଧୁରିବନି ତେବେ ଆଗାମୀ ଦିନରେ ପାକିସ୍ତାନ ଚାରିଖଣ୍ଡ ହୋଇଯିବ ।
ପ୍ରଧାନମନ୍ତ୍ରୀ ମୋଦିଙ୍କୁ ବିଜେପି ସାଂସଦ ପରାମର୍ଶ ଦେଇଛନ୍ତି କି , ଭାରତ ସରକାରଙ୍କୁ ୟୁଏନ ରୁ ପିଟିସନ ଫେରସ୍ତ ଆଣିବା ଦିଗରେ କାମ କରିବା ଉଚିତ୍, ଯାହାଦ୍ୱାରା ପିଓକେ ଉପରେ କବ୍ଚା କରିହେବ । ଦେଶ ସ୍ୱାଧୀନ ହେବା ପରେ ଜରୁରୀକାଳୀନ ସରକାର କାଶ୍ମୀର ପ୍ରସଙ୍ଗକୁ ସଂଯୁକ୍ତ ରାଷ୍ଟ୍ରକୁ ନେଇଯାଇଥିଲେ ।
ସେ ଆହୁରୀ ମଧ୍ୟ କହିଛନ୍ତି କି ଭାରତ ସରକାର ଜାମ୍ମୁ-କାଶ୍ମୀରରୁ ଧାରା ୩୭୦ ଉଠାଇବା ପରେ ପିଓକେ କୁ ଭାରତ ସହ ସାମିଲ କରିବାର ରାସ୍ତାକୁ ଖୋଲି ଦେଇଛି ।