ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ସେ ନେତା ନଥିଲେ ନେଉଥିଲେ ନେତୃତ୍ୱ । ସେ ବ୍ୟକ୍ତି ନଥିଲେ ଜନମାନସରେ ଥିଲା ତାଙ୍କର ଆକାଶ ଛୁଆଁ ବ୍ୟକ୍ତିତ୍ୱ । ଶେଷରେ ସବୁଦିନ ପାଇଁ ଭାରତବାସୀଙ୍କୁ ଅଲବିଦା କରି ଚାଲିଗଲେ ଦେଶର ପୂର୍ବତନ ବୈଦେଶିକ ମନ୍ତ୍ରୀ ସୁଷମା ସ୍ୱରାଜ । ପଞ୍ଚଭୂତରେ ଲୀନ ହେବା ପରେ ସୁଷମାଙ୍କ ଅସ୍ଥିକୁ ଆଜି ତାଙ୍କ ଝିଅ ବାଂଶୁରୀ ଏବଂ ସ୍ୱାମୀ ସ୍ୱରାଜ କୌଶାଲ ଗଙ୍ଗା ନଦୀରେ ବିସର୍ଜନ କରିଛନ୍ତି ।
ସ୍ୱରାଜ କୌଶାଲ ଏବଂ ବାଂଶୁରୀ ଆଜି ପ୍ରାୟତଃ ୧୦.୧୫ ସମୟରେ ବ୍ରଜଘାଟରେ ପହଁଚି ସେଠାରେ ନୌକା ମାଧ୍ୟମରେ ଯାଇ ଅସ୍ଥି ବିଶର୍ଜନ କରିଛନ୍ତି । ଅସ୍ଥି ବିସର୍ଜନ ସମୟରେ ବାପା ଏବଂ ଝିଅ ଦୁହେଁ ପୂରା ଭାବୁକ ହୋଇପଡିଥିଲେ ।
ଖବରମୁତାବକ, ମଙ୍ଗଳବାର ରାତି ୧୦.୨୦ ମିନିଟ୍ ସମୟରେ ହୃଦଘାତ ପୂର୍ବତନ ବୈଦେଶିକ ମନ୍ତ୍ରୀ ସୁଷମା ସ୍ୱରାଜଙ୍କ ପରଲୋକ ଘଟିଥିଲା । ଦିଲ୍ଲୀ ସ୍ଥିତ ଏମ୍ସ ହସ୍ପିଟାଲରେ ସୁଷମା ତାଙ୍କ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ । ତାଙ୍କ ମୃତ୍ୟୁ ଖବର ସାରା ଦେଶକୁ ସ୍ତବ୍ଧ କରିଦେଇଛି । ବୁଧବାର ରାଜକୀୟ ସମ୍ମାନର ସହିତ ତାଙ୍କର ଅନ୍ତିମ ସଂସ୍କାର କରାଯାଇଥିଲା । ତାଙ୍କୁ ଶେଷ ଦର୍ଶନ ପାଇଁ ପ୍ରଧାନମନ୍ତ୍ରୀ ମୋଦି ସମେତ ଅନେକ ନେତା ମନ୍ତ୍ରୀ ଶବଦାହ କେନ୍ଦ୍ରରେ ଉପସ୍ଥିତ ଥିଲେ ।