ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ପୂର୍ବତନ ବିଦେଶ ମନ୍ତ୍ରୀ ସୁଷମା ସ୍ୱରାଜ ଆଉ ନାହାନ୍ତି । ଦିଲ୍ଲୀ ସ୍ଥିତ ଏମ୍ସ ହସ୍ପିଟାଲ ରେ ଗତକାଲି ରାତି ୧୦.୨୦ ରେ ସେ ତାଙ୍କ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ହୃଦଘାତ୍ ଯୋଗୁଁ ତାଙ୍କର ଏହି ଆକସ୍ମିକ ବିୟୋଗ ଘଟିଛି । ମୃତ୍ୟୁ ବେଳକୁ ତାଙ୍କୁ ୬୭ ବର୍ଷ ହୋଇଥିଲା । ତାଙ୍କ ମୃତ୍ୟୁ ଖବର ସାରା ଦେଶକୁ ସ୍ତବ୍ଧ କରିଦେଇଛି ।
ସୁଷମାଙ୍କ ନିଧନ ହେବାର ଗୋଟେ ଘଣ୍ଟା ପୂର୍ବରୁ ଭାରତର ପ୍ରସିଦ୍ଧ ଆଇନଜୀବି ଏବଂ ଅନ୍ତରାଷ୍ଟ୍ରୀୟ ଅଦାଲତରେ ଭାରତର ପକ୍ଷ ରଖୁଥିବା ଆଇନଜୀବି ହରୀଶ ସାଲଭେଙ୍କୁ ଫୋନ୍ କରିଥିଲେ । ତାଙ୍କୁ ଫୋନ୍ ଯୋଗ କହିଥିଲେ କି ଆସିକି ତୁମ ଫି ୧ ଟଙ୍କା ନେଇଯିବ । ଏହି କଲ୍ ଥିଲା ସୁଷମାଙ୍କ ଶେଷ କଲ୍ ।
ସୁଷମା କହିଥିଲେ କି, କୁଲଭୂଷଣ ଯାଦବ ମାମଲାରେ କେସ୍ ଲଢିବା ପାଇଁ ଆଇନଜୀବି ହରିଶ ସାଲଭେ ୧ ଟଙ୍କା ଫି ନେଇଥିଲେ ।
ଏନେଇ ହରିଶ ସାଲଭେ କହିଛନ୍ତି କି ନିଧନ ହେବାର ଏକ ଘଣ୍ଟା ପୂର୍ବରୁ ସୁଷମା ଜୀ ଙ୍କ ସହିତ ତାଙ୍କର କଥାବର୍ତ୍ତା ହୋଇଥିଲା । ସୁଷମା ଜୀ ମୋତେ ଏକ ଟଙ୍କା ଫି ଦେବାକୁ ଡାକିଥିଲେ । ଯେତେବେଳେ ତାଙ୍କର ଫୋନ ମୋ ପାଖକୁ ଆସିଥିଲା ସେହି ସମୟରେ ଆମେ ଦୁହେଁ ଖୁବ୍ ଭାବୁକ ହୋଇଯାଇଥିଲୁ । ସେ ମୋତେ ତାଙ୍କ ପାଖକୁ ଫି ନେବା ପାଇଁ ଡାକିଥିଲେ ।
ହରିଶ୍ ଆହୁରୀ ମଧ୍ୟ କହିଛନ୍ତି କି , ମୋତେ ଆଶ୍ଚର୍ଯ୍ୟ ଲାଗୁଛି,ମୁଁ ମଙ୍ଗଳବାର ରାତି ୮.୪୫ ରେ ସୁଷମା ଜୀଙ୍କ ସହ ଫୋନ୍ ରେ କଥା ହୋଇଥିଲି । ତାଙ୍କ ସ୍ୱାସ୍ଥ୍ୟବସ୍ଥା ଠିକ୍ ଠାକ୍ ଥିଲା । କିନ୍ତୁ ଏବେ ଯେତେବେଳେ ସୁଷମା ଜୀଙ୍କ ନିଧମ ଖବର ଆସିଲା ମୁଁ ପୂରା ସ୍ତବ୍ଧ । ତାଙ୍କ ବିୟୋଗ ସାରା ଦେଶ ପାଇଁ କ୍ଷତି । ଖାସ୍ କରି ମୋ ପାଇଁ କ୍ଷତି ।