ହାଇଦ୍ରାବାଦ (ଏଟିଆର ବ୍ୟୁରୋ): ମହିଳା ବନ ବିଭାଗ ଅଧିକାରୀଙ୍କ ସହ ବର୍ବରତାପୂର୍ଣ୍ଣ କାଣ୍ଡ ରଚିଛନ୍ତି ତେଲେଙ୍ଗାନା ରାଷ୍ଟ୍ର ସମିତି (ଟିଆରଏସ) ସିରପୁରର ବିଧାୟକ କୋନେରୁ କୋନପ୍ପାଙ୍କ ଭାଇ କୋନେରୁ କୃଷ୍ଣ ରାଓ । ଏନେଇ ଏକ ଭିଡିଓ ଏବେ ସାମ୍ନାକୁ ଆସିଛି । ଯେଉଁଥିରେ ମହିଳା ଅଧିକାରୀଙ୍କୁ ବିଧାୟକଙ୍କ ଭାଇ ଅମାନୁଷିକ ଭାବେ ଠେଙ୍ଗାରେ ପିଟୁଛନ୍ତି । ଏହାସହିତ ଟିଆରଏସ କାର୍ଯ୍ୟକର୍ତ୍ତା ପୋଲିସ ଏବଂ ବନ ବିଭାଗ ଅଧିକାରୀଙ୍କ ଉପରେ ଆକ୍ରମଣ କରିଛନ୍ତି ।
#WATCH Telangana: A police team & forest guards were attacked allegedly by Telangana Rashtra Samithi workers in Sirpur Kagaznagar block of Komaram Bheem Asifabad district, during a tree plantation drive. (29-06) pic.twitter.com/FPlME1ygCp
— ANI (@ANI) June 30, 2019
ଏନେଇ ଅଧିକାରୀ କହିଛନ୍ତି କି ଏଫଆରସିଓ ସି ଅନିତା ରବିବାର ସକାଳେ ସିରପୁର ମଣ୍ଡଳର ସରସାଲା ଗାଁରେ ତେଲେଙ୍ଗାନା ସରକାରଙ୍କ ‘ହରିତା ହରମ’ ବୃକ୍ଷରୋପଣ ଅଭିଯାନ ଅନୁଯାୟୀ ଗଛ ଲଗାଇବା ପାଇଁ ଯାଇଥିଲେ । ସେ ଏକ ଆରକ୍ଷିତ ବନ ଭୂମିର ଚିହ୍ନଟ କରିଥିଲେ । ଯେଉଁଥିରେ ସେ ୨୦ ବନ କର୍ମୀଙ୍କୁ ନେଇ ବୃକ୍ଷରୋପଣ କାର୍ଯ୍ୟ ଆରମ୍ଭ କରିଥିଲେ । ମାତ୍ର ସେହି ଜମି କିଛି ଗାଁ ଲୋକଙ୍କର ବୋଲି ସେ ଦାବି କରିଥିଲେ । ଏହାପରେ ଆରମ୍ଭ ହୋଇଯାଇଥିଲା ମାର୍ ପିଟ୍ ଭଳି ଦଙ୍ଗା । ଆକ୍ରମଣକାରୀ ମାନେ ମହିଳା ବନ କର୍ମଚାରୀଙ୍କୁ ବି ଛାଡିନଥିଲେ ।
ପ୍ରକୃତରେ ବୃକ୍ଷରୋପଣ ହେଉଥିବାର ଦେଖି କିଛି ଗ୍ରାମବାସୀ କୋନେରୁ କୃଷ୍ଣ ରାଓଙ୍କୁ ଫୋନ୍ କରିଥିଲେ । ଏହାପରେ କୃଷ୍ଣ ରାଓ ତାଙ୍କ ସମର୍ଥକଙ୍କ ସହ ଆସି ବନ କର୍ମଚାରୀଙ୍କ ଉପରେ ଆକ୍ରମଣ କରିବା ଆରମ୍ଭ କରିଦେଇଥିଲେ ।
ନିକଟରେ କୋମାରାମ ଭୀମ ଆସିଫାବାଦ୍ ଜିଲ୍ଲା ପରିଷଦର ଉପାଧ୍ୟକ ଭାବେ କୃଷ୍ଣ ରାଓଙ୍କୁ ବଛା ଯାଇଥିଲା ।