ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଦେଶରେ ଲାଗୁ କରାଯାଇଥିବା ନାଗରିକତା ସଂଶୋଧନ ବିଲ୍ କୁ ନେଇ ଏକ ବଡ ବୟାନ ଦେଇଛନ୍ତି ଜେଡିୟୁ ଉପାଧ୍ୟକ୍ଷ ଏବଂ ରାଜନୀତିଜ୍ଞ ପ୍ରଶାନ୍ତ କିଶୋର । ସେ କହିଛନ୍ତି କି ଏହାଦ୍ୱାରା ସବୁଠାରୁ ଅଧିକ ଗରିବ ଲୋକ ପ୍ରଭାବିତ ହେବେ ।
ସଂସଦରେ ନାଗରିକତା ସଂଶୋଧନ ବିଲ୍ କୁ ସମର୍ଥନ କରିବା ପାଇଁ ପ୍ରଶାନ୍ତ କିଶୋର ତାଙ୍କ ପାର୍ଟିର ସାର୍ବଜନିକ ହିସାବରେ ସମାଲୋଚନା କରିଥିଲେ । ଏହାସହିତ କହିଥିଲେ କି, ଏହାକୁ ସମର୍ଥନ କରିବା ପାର୍ଟିର ସିଦ୍ଧାନ୍ତ ବିରୋଧୀ ଏବଂ ନିରାଶଜନକ ଅଟେ ।
ଏନଆରସି କୁ ନେଇ ପ୍ରଶାନ୍ତ କୁମାର ଟ୍ୱିଟ୍ କରି କହିଛନ୍ତି, ‘ରାଷ୍ଟ୍ରବ୍ୟାପି ଏନଆରସି ର ବିଚାର ନାଗରିକତାର ବିମୁଦ୍ରିକରଣ ସହ ସମାନ..ଯେପର୍ଯ୍ୟନ୍ତ ଆପଣ ପ୍ରମାଣିତ କରିନାହାନ୍ତି ସେପର୍ଯ୍ୟନ୍ତ ଏହା ଅମାନ୍ୟ । ମୁଁ ମୋ ଅନୁଭବରୁ ଜାଣିଛି କି, ଏହାଦ୍ୱାରା ସବୁଠାରୁ ଅଧିକ ଗରିବ ଲୋକ ପ୍ରଭାବିତ ହେବେ । ’
ଏହି ପ୍ରସଙ୍ଗରେ ପ୍ରଶାନ୍ତ କିଶୋର ବୟାନ ପରେ ସେ ଜେଡିୟୁରୁ ଇସ୍ତଫା ଦେବେ ବୋଲି କହିଥିଲେ, କିନ୍ତୁ ଶନିବାର ଦିନ ପାର୍ଟି ପ୍ରମୁଖ ଏବଂ ବିହାରର ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କ ସହିତ ବୈଠକ ହେବା ପରେ ସେ ତାଙ୍କ ନିଷ୍ପତିକୁ ବଦଳାଇଥିଲେ । ଏହାପରେ ସେ କହିଛନ୍ତି କି ଏନଆରସିକୁ ସମର୍ଥନ କରିବ ନାହିଁ ଜେଡିୟୁ ।