ତେଲେଙ୍ଗାନା (ଏଟିଆର ବ୍ୟୁରୋ ) ;୧ ଲକ୍ଷ ଗାଈ ବାଣ୍ଟିବ ବିଜେପି । ନିର୍ବାଚନକୁ ଦୃଷ୍ଟିରେ ରଖି ଭାରତୀୟ ଜନତା ପାର୍ଟି ଦେଖାଇଛି ଗୋମାତା ପ୍ରେମ । ପ୍ରତିବର୍ଷ ୧ ଲକ୍ଷ ଗାଈ ଲୋକମାନଙ୍କୁ ମାଗଣାରେ ଦେବ ବୋଲି କହିଛି ବିଜେପି । ଏଭଳି ପ୍ରତିଶ୍ରୁତି ତେଲେଙ୍ଗାନା ନିର୍ବାଚନ ପାଇଁ ବିଜେପି ପକ୍ଷରୁ ଜାରି ହୋଇଥିବା ନିର୍ବାଚନୀ ଇସ୍ତହାରରେ ପ୍ରକାଶ ପାଇଛି । ଆସନ୍ତା ଡିସେମ୍ବର ୭ ତାରିଖରେ ତେଲେଙ୍ଗାନାରେ ହେବାକୁଥିବା ବିଧାନସଭା ନିର୍ବାଚନକୁ ଆଖିରେ ରଖି ରାଜ୍ୟ ବିଜେପିର ମୁଖ୍ୟ କେ ଲକ୍ଷ୍ମଣଙ୍କ ଏପରି ଇସ୍ତାହାର ଜାରି କରିଛନ୍ତି ।
ଏପରିକି ପ୍ରଥମେ ରାଜସ୍ତାନ ନିର୍ବାଚନରେ ପ୍ରତି ବେକାରୀଙ୍କୁ ୫ ହଜାର ଟଙ୍କା ଭତ୍ତା ଦେବା ସହ ୫ ବର୍ଷରେ ୫୦ ଲକ୍ଷ ବେକାରୀଙ୍କୁ ଚାକିରୀ ଦେବା ଲାଗି ବିଜେପି ପ୍ରତିଶ୍ରୁତି ଦେଇଥିଲା । ତେବେ ବର୍ତ୍ତମାନ ତେଲେଙ୍ଗାନା ନିର୍ବାଚନରେ ଏପରି କିଛି ପ୍ରତିଶ୍ରୁତିକୁ ନେଇ ବିଜେପି ଇସ୍ତାହାର ଜାରି କରିଛି । ଏହି ଇସ୍ତାହାରରେ ୨ ଲକ୍ଷ ପର୍ଯ୍ୟନ୍ତ କୃଷିଋଣ ଛାଡ , ଡିଗ୍ରି ଛାତ୍ରଛାତ୍ରୀଙ୍କୁ ମାଗଣା ଲାପଟପ ଓ ପ୍ରତିବର୍ଷ ୧ ଲକ୍ଷ ଗାଇ ମାଗଣା ବଣ୍ଟନ କରିବ ବୋଲି ବିଜେପି କହିଛି । ଏହାସହ ଟଙ୍କା ଦେଇ ଧର୍ମ ପରିବତ୍ତନ କରାଯାଇଥିବା ଘଟଣାକୁ ରୋକିବା ପାଇଁ ଏକ ଆଇନ ଅଣାଯିବ ବୋଲି ମଧ୍ୟ ବିଜେପି ଜଣାଇଛି ।
ସେହିପରି ବାଂଲାଦେଶରୁ ଆସିଥିବା ରୋହିଙ୍ଗ୍ୟା ମୁସଲମାନଙ୍କୁ ପୁଣି ବାଂଲା୍ଦେଶକୁ ପଠାଯିବ ବୋଲି କହିଛି ବିଜେପି । ଅନ୍ୟ ପ୍ରତିଶ୍ରୁତି ମଧ୍ୟରେ ଗରିବ ମାନଙ୍କୁ ମାଗଣା ଘର , ସପ୍ତମରୁ ଦଶମ ଯାଏଁ ଛାତ୍ରୀମାନଙ୍କୁ ମାଗଣା ସଇକେଲ , କୃଷକ ମାନଙ୍କୁ ମାଗଣା ବାରୱେଲ ଓ ପମ୍ପସେଟ ଦେବ ବୋଲି ବିଜେପି ନିଜ ଇସ୍ତାହାରରେ ଉଲ୍ଲେଖ କରିଛି । ତେବେ ଏପରି ପ୍ରତିଶ୍ରୁତିର ଆଗାମୀ ନିର୍ବାଚନରେ କି ପ୍ରଭାବ ପଡିବ ତାହା ଦେଖିବାକୁ ବାକି ରହିଲା ।