ମୁମ୍ବାଇ (ଏଟିଆର ବ୍ୟୁରୋ): ଟିଭି ସିରିୟଲ ‘ଭାବିଜୀ ଘର ପର ହୈ’ ର ଫେମ୍ ଅଙ୍ଗୁରୀ ଭାବି ତଥା ଅଭିନେତ୍ରୀ ଶିଳ୍ପା ସିନ୍ଧେ ଏବେ ରାଜନୀତି ମୁହାଁ ହୋଇଛନ୍ତି । ଟେଲିଭିଜନ ପରେ ଏବେ ରାଜନୀତିରେ ନିଜର ପାୱାର ଦେଖାଇବେ ଶିଳ୍ପା । ଶିଳ୍ପା କେଂଗ୍ରେସ ଦଳରେ ବିଧି ବଦ୍ଧ ଭାବେ ସାମିଲ ହୋଇଛନ୍ତି । ଆଜି ସେ ମୁମ୍ବାଇ କଂଗ୍ରେସ କମିଟିର ଅଧ୍ୟକ୍ଷ ଏବଂ ପାର୍ଟି ନେତା ଚରଣ ସିଂହ ସାପରାଙ୍କ ଉପସ୍ଥିତିରେ କଂଗେସରେ ଏଣ୍ଟ୍ରି କରିଛନ୍ତି ।
ଟେଲିଭିଜନରେ ବର୍ଷ ୧୯୯୯ରେ ଶିଳ୍ପା ଡେବ୍ୟୁ କରିଥିଲେ । ସେ ଟିଭି ସିରିୟଲ ‘ଭାବି ଜୀ ଘର ପର ହୈ’ରେ ଅଙ୍ଗୁରୀ ଭାବୀ ନାଁରେ ଖୁବ୍ ଜଣା ଶୁଣା । ସେ ୨୦୧୬ ରେ ସିରିୟଲ ରୁ ବାହାରି ପଡିଥିଲେ । ତାପରେ ସେ ୨୦୧୭ରେ ରିଏଲିଟି ସୋ’ ବିଗ୍ ବସ୍ ସିଜିନ୍ ୧୧ ରେ ଭାଗ ନେଇଥିଲେ । ସେଥିରେ ସେ ବିଜୟନୀ ମଧ୍ୟ ହୋଇଥିଲେ ।
୧୯୭୭ ମସିହା ଅଗଷ୍ଟ ୨୮ ମହାରାଷ୍ଟ୍ରର ଏକ ମଧ୍ୟବିତ ପରିବାରରେ ଶିଳ୍ପାଙ୍କ ଜନ୍ମ । ତାଙ୍କ ପିତା ଡାଃ. ସତ୍ୟଦେବ ସିନେ୍ଧ ହାଇକୋର୍ଟର ଜଜ୍ ଥିବା ବେଳେ ତାଙ୍କ ମା’ ଜଣେ ଗୃହିଣୀ ।
Mumbai: TV actress Shilpa Shinde joins Congress in presence of Sanjay Nirupam, President of Mumbai Congress Committee and party leader Charan Singh Sapra. pic.twitter.com/cBO5q6fTl6
— ANI (@ANI) February 5, 2019
ଶିଳ୍ପା ମୁମ୍ବାଇ ର କେସି କଲେଜରେ ମନୋବିଜ୍ଞାନ ଛାତ୍ରୀ ଥିଲେ, କିନ୍ତୁ ସ୍ନାତକ ଡିଗ୍ରୀ ହାସଲ କରିପାରି ନଥିଲେ ।