ମୁମ୍ବାଇ(ଏଟିଆର ବ୍ୟୁରୋ): ଆଜି ରିଲିଜ ହୋଇଛି ଅକ୍ଷୟ କୁମାର ଓ କିଆରା ଆଡଭାନୀଙ୍କ ଆଗାମୀ ଫିଲ୍ମ ‘ଲକ୍ଷ୍ମୀ ବୋମ୍ବ’ର ଧମାକାଦାର ଟ୍ରେଲର । ଏଥିରେ ହରର୍ ସେନ୍ସ ସହିତ କମେଡିର ଭରପୂର ଦୃଶ୍ୟ ଦେଖିବାକୁ ପାଇବେ। ଅକ୍ଷୟ କୁମାର ପ୍ରଥମ ଥର ପାଇଁ କିନ୍ନର ଭୂମିକାରେ ନଜର ଆସିଛନ୍ତି ଏହି ଟ୍ରେଲଲରେ , ତାଙ୍କ ପାଇଁ ଏହି ରୋଲ ଅଧିକ ଚ୍ୟାଲେଞ୍ଜିଙ୍ଗ ହୋଇଥିବା ବେଳେ ଏହାକୁ ଦର୍ଶକେ ପସନ୍ଦ କରିବେ ବୋଲି ତାଙ୍କର ଆଶା ରହିଛି । ଏଥିରେ ନାୟିକା ଭୂମିକାରେ ଅଭିନୟ କରିଛନ୍ତି କିୟାରା ଆଡଭାନୀ । ଚଳଚ୍ଚିତ୍ରଟି ଦୀପାବଳି ଅବସରରେ ରିଲିଜ୍ ହେବ । ଏହା ଓଟିଟି ପ୍ଲାଟଫର୍ମରେ ରିଲିଜ ହେବା ସହିତ ଫିଲ୍ ହଲରେ ରିଲିଜ ହେବାର ସମ୍ଭାବନା ମଧ୍ୟ ରହିଛି ।
ଏହି ଚଳଚ୍ଚିତ୍ରର ନିର୍ମାତା ହେଉଛନ୍ତି ଶବିନା ଖାନ।, ଚଳଚ୍ଚିତ୍ର ତାମିଲ ହରର ଫିଲ୍ମ ‘ମୁନି ୨: କଞ୍ଚନା’ର ରିମେକ, ଯାହାର ନାମ ଲକ୍ଷ୍ମୀ ବୋମ୍ବ ରହିଛି। କିନ୍ତୁ ଏହି ଫିଲ୍ମରେ ଅନେକ ଚିତ୍ରଣ ପରିବର୍ତ୍ତନଶୀଳ ରହିଛି ।
ଟ୍ରେଲର ରିଲିଜ୍ ହେବା ପୂର୍ବରୁ ଅକ୍ଷୟ କୁମାର କିଆରା ଆଡଭାନୀଙ୍କ ସହିତ ଏକ ଫଟୋ ସେୟାର କରିଥିଲେ, ଯାହା ପ୍ରଶଂସକଙ୍କୁ ଖୁବ୍ ପସନ୍ଦ ଆସିଛି। ଅକ୍ଷୟ ଏକ ଟିଜର ନିଜର ଇନ୍ଷ୍ଟାଗ୍ରାମ ଆକାଉଣ୍ଟରେ ପୋଷ୍ଟ କରିଥିଲେ। ଯାହାକୁ ତାଙ୍କ ଫ୍ୟାନ୍ସମାନେ ପସନ୍ଦ କରିଥିଲେ । ତେବେ ଏହି ଚଳଚ୍ଚିତ୍ର ଦୀପାବଳି ଅବସରରେ ନଭେମ୍ବର ୯ରେ ରିଲିଜ୍ ହେବ।
JUST IN
-
ଜାଣନ୍ତୁ ମେ ମାସରେ କେତେ ଦିନ ଛୁଟି ରହିବ ବ୍ୟାଙ୍କ | 29 Apr 2024
-
ଓଡିଶାରେ ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ଆଜିଠୁ ଆରମ୍ଭ ନାମାଙ୍କନ ଦାଖଲ ପ୍ରକ୍ରିୟା | 29 Apr 2024
-
ସକାଳ ସାଢେ ୮ ସୁଦ୍ଧା ରେକର୍ଡ ତାପମାତ୍ରା, ସବୁଠୁ ଉତ୍ତପ୍ତ ସହର ବାରିପଦା | 29 Apr 2024
-
ହିଞ୍ଜିଳି ଆସନ ପାଇଁ ୩୦ ରେ ନାମାଙ୍କନ ଭରିବେ ନବୀନ ପଟ୍ଟନାୟକ | 28 Apr 2024
-
ହୁତୁହୁତୁ ହୋଇ ଜଳୁଛି ଶିମିଳିପାଳ | 28 Apr 2024
-
ଆହୁରି କଲବଲ କରିବ ତାତି, ରାଜଧାନୀରେ ୪୬ ଡିଗ୍ରୀ ଛୁଇଁବ ପାରଦ! | 28 Apr 2024
-
ଜଳୁଛି ଓଡିଶା, ଦିନ ସାଢେ ୧୧ଟା ସୁଦ୍ଧା ଝାରସୁଗୁଡାରେ ୪୧.୪ ଡିଗ୍ରୀ ତାପମାତ୍ରା | 27 Apr 2024
-
ନଜର ପକାନ୍ତୁ ଆଜିର ପେଟ୍ରୋଲ ଓ ଡିଜେଲ ଦର ଉପରେ | 27 Apr 2024
-
ଆସନ୍ତାକାଲି ଓଡିଶା ଆସିବେ ରାହୁଲ ଗାନ୍ଧୀ | 27 Apr 2024
-
ସକାଳ ସାଢେ ୮ ସୁଦ୍ଧା ରେକର୍ଡ ତାପମାତ୍ରା, ସବୁଠୁ ଉତ୍ତପ୍ତ ସହର ତାଳଚେର | 27 Apr 2024
-
ଓଡିଶା ଆସିବେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି ନଡ୍ଡା | 26 Apr 2024
-
ଓଡିଶାରେ ୨ୟ ପର୍ଯ୍ୟାୟ ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ | 26 Apr 2024