ମୁମ୍ବାଇ(ଏଟିଆର ବ୍ୟୁରୋ): ବର୍ତ୍ତମାନ ଦେଶରୁ ଉଠିଯାଇଛି ଲକ୍ ଡାଉନ ଓ ସଟ୍ ଡାଉନ୍ । ତେବେ ସରକାର ସିନେମା ହଲ ଖୋଲିବା ସହିତ ଅନ୍ୟସବୁ କ୍ଷେତ୍ରକୁ ଖୋଲା କରିବା ପାଇଁ ଅନୂମତି ପ୍ରଦାନ କରିସାରିଛନ୍ତି । ତେବେ ସୁଶାନ୍ତ ସିଂହ ରାଜପୁତଙ୍କ ଅଭିନୀତ ଶେଷ ଫିଲ୍ମ ‘ଦିଲ ବେଚାରା’ ଓଟିଟି ପ୍ଲାଟଫର୍ମରେ ପ୍ରଥମେ ରିଲିଜ୍ ହୋଇଥିଲା। ତେବେ ଡିଜିଟାଲ ଫ୍ଲାଟଫର୍ମରେ ଏହାକୁ ଲୋକେ ବେଶ ପସନ୍ଦ କରିଥିଲେ। ଏବେ କିନ୍ତୁ ଥିଏଟର ଅର୍ଥାତ୍ ବଡ଼ ପରଦାରେ ରିଲିଜ ହେବା ନେଇ ସରକାର ଘୋଷଣା କରିଛନ୍ତି। ଅକ୍ଟୋବର ୧୫ରୁ ଅନେକ ସିନେମା ଓ ମଲ୍ଟିପ୍ଲେକ୍ସ ଖୋଲିବ। ଏଣୁ ‘ଦିଲ ବେଚରା’ ସମେତ ‘ଇନ୍ଦୁ କି ଯବାନୀ’, ‘ଟେନେଟ୍’ ଆଦି ଫିଲ୍ମ ବଡ଼ ପରଦାରେ ରିଲିଜ୍ ହେବା ସମ୍ଭାବନା ରହିଛି।
ଡିଜନୀ ହଟଷ୍ଟାରରେ ଦିଲ ବେଚାରାକୁ ଅଦ୍ଭୂତପୂର୍ବ ସଫଳତା ମିଳିଥିବାରୁ ନିର୍ମାତା ଏହାକୁ ବଡ଼ ପରଦାରେ ରିଲିଜ କରିବା ନିଷ୍ପତ୍ତି ନେଇ ଥିଲେ। ଥିଏଟର ଖୋଲିବା ପରେ ଏହାର ଚର୍ଚା ଅଧିକ ହୋଇଛି। କହିବାକୁ ଗଲେ ମାର୍ଚ ପର ଠାରୁ ଲକ୍ ଡାଉନ ପାଇଁ ଥିଏଟର ମାଲିକଙ୍କ ରୋଜଗାର ଉପରେ ଗଭୀର ପ୍ରଭାବ ପଡିଥିଲା କିନ୍ତୁ ଏବେ ଲକ୍ ଡାଉନ ଖୋଲିବା ପରେ ସିନେମା ହଲ ମଧ୍ୟ ଖୋଲିବ , ତେଣୁ ଏହାର ସୁଯୋଗ ଉଠାଇବେ ସେମାନେ । ତେବେ ବଡ଼ ପରଦାରେ ‘ଦିଲ ବେଚାରା’ କେବେ ରିଲିଜ ହେବ ସେନେଇ କୌଣସି ତାରିଖ ଏ ଯାଏଁ ଠିକ୍ ହୋଇ ନାହିଁ। ମାତ୍ର ଅଭିନେତ୍ରୀ କିୟାରା ଆଡଭାନୀଙ୍କ ଫିଲ୍ମ ‘ଇନ୍ଦୁ କି ଯବାନୀ’ ନଭେମ୍ବର ପ୍ରଥମ ସପ୍ତାହରେ ରିଲିଜ ହୋଇପାରେ। ସବୁ ଦର୍ଶକ ମଧ୍ୟ ଚାହୁଁଛନ୍ତି ଯେ ଦିଲ୍ ବେଚାରା ବଡ ପରଦାରେ ରିଲିଜ ହେବ ।
JUST IN
-
ହିଞ୍ଜିଳି ଆସନ ପାଇଁ ୩୦ ରେ ନାମାଙ୍କନ ଭରିବେ ନବୀନ ପଟ୍ଟନାୟକ | 28 Apr 2024
-
ହୁତୁହୁତୁ ହୋଇ ଜଳୁଛି ଶିମିଳିପାଳ | 28 Apr 2024
-
ଆହୁରି କଲବଲ କରିବ ତାତି, ରାଜଧାନୀରେ ୪୬ ଡିଗ୍ରୀ ଛୁଇଁବ ପାରଦ! | 28 Apr 2024
-
ଜଳୁଛି ଓଡିଶା, ଦିନ ସାଢେ ୧୧ଟା ସୁଦ୍ଧା ଝାରସୁଗୁଡାରେ ୪୧.୪ ଡିଗ୍ରୀ ତାପମାତ୍ରା | 27 Apr 2024
-
ନଜର ପକାନ୍ତୁ ଆଜିର ପେଟ୍ରୋଲ ଓ ଡିଜେଲ ଦର ଉପରେ | 27 Apr 2024
-
ଆସନ୍ତାକାଲି ଓଡିଶା ଆସିବେ ରାହୁଲ ଗାନ୍ଧୀ | 27 Apr 2024
-
ସକାଳ ସାଢେ ୮ ସୁଦ୍ଧା ରେକର୍ଡ ତାପମାତ୍ରା, ସବୁଠୁ ଉତ୍ତପ୍ତ ସହର ତାଳଚେର | 27 Apr 2024
-
ଓଡିଶା ଆସିବେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି ନଡ୍ଡା | 26 Apr 2024
-
ଓଡିଶାରେ ୨ୟ ପର୍ଯ୍ୟାୟ ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ | 26 Apr 2024
-
ସକାଳ ସାଢେ ୮ ସୁଦ୍ଧା ରେକର୍ଡ ତାପମାତ୍ରା, ସବୁଠୁ ଉତ୍ତପ୍ତ ସହର ଭବାନୀପାଟଣା | 26 Apr 2024
-
ଓଡିଶାରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ନାମାଙ୍କନ ଦାଖଲର ଆଜି ଶେଷ ଦିନ | 25 Apr 2024
-
ସକାଳ ସାଢେ ୮ ସୁଦ୍ଧା ୩୬ ଡିଗ୍ରୀ ଛୁଇଁଲା ତାପମାତ୍ରା, ସବୁଠୁ ଉତ୍ତପ୍ତ ସହର ଅନୁଗୁଳ | 25 Apr 2024