ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ‘ମେଁ ଭି ଚୌକିଦାର’ ଅଭିଯାନକୁ ସମର୍ଥନ କରି ବୈଦେଶିକ ମନ୍ତ୍ରୀ ସୁଷମା ସ୍ୱରାଜ ତାଙ୍କ ଟ୍ୱିଟର ଆକାଉଣ୍ଟର ନାଁ ଆଗରେ ଚୌକିଦାର ଶବ୍ଦ ଯୋଡି ଦେଇଛନ୍ତି ।
ନାଁ ଆଗରେ ଏହି ଚୌକିଦାର ଶବ୍ଦ ଯୋଡିବା ପରେ ଜଣେ ଟ୍ୱିଟର ୟୁଜର୍ସ ସୁଷମାଙ୍କୁ ଏହାର କାରଣ ପଚାରିଛନ୍ତି । ୟୁଜର୍ସ ଜଣଙ୍କ ପ୍ରଶ୍ନ କରିଛନ୍ତି କି, ଆପଣ ଆମର ବୈଦେଶିକ ମନ୍ତ୍ରୀ ବୋଲି ଆମେ ଭାବୁଥିଲୁ । ଯଏ ବିଜେପିର ଏକମାତ୍ର ବୁଝିଲଶ ସୁଝିଲା ଭଳି ମନ୍ତ୍ରୀ । ଆପଣ ନିଜକୁ କାହିଁକ ଚୌକିଦାର କହୁଛନ୍ତି?
ୟୁଜର୍ସଙ୍କ ଏହି ପ୍ରଶ୍ନର ଜବାବ ସୁଷମା ସ୍ୱରାଜ ଦେଇଛନ୍ତି । ସୁଷମା କହିଛନ୍ତି କି ମୁଁ ମୋ ନାଁ ଆଗରେ ଏଥିପାଇଁ ଚୌକିଦାର ଲଗେଇଲି କାରଣ ମୁଁ ବିଦେଶରେ ଭାରତୀୟଙ୍କ ହିତ ଏବଂ ଭାରତୀୟ ନାଗରିକଙ୍କ ପାଇଁ ଚୌକିଦାର କରୁ ଅଛି ।
Because I am doing Chowkidari of Indian interests and Indian nationals abroad. https://t.co/dCgiBPsagz
— Chowkidar Sushma Swaraj (@SushmaSwaraj) March 30, 2019
ସୁଷମାଙ୍କୁ ବ୍ୟତିତ ବିଜେପିର ଅନେକ ନେତା ଓ ମନ୍ତ୍ରୀ ମାନେ ତାଙ୍କ ସୋସିଆଲ ମିଡିଆ ଆକାଉଣ୍ଟର ନାଁ ପୂର୍ବରୁ ଚୌକିଦାର ଶବ୍ଦ ଯୋଡିନେଇଛନ୍ତି । ଯାହା ଏବେ ସୋସିଆଲ ମିଡିଆରେ ଖୁବ୍ ଟ୍ରେଣ୍ଡ କରୁଛି ।