ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜିଙ୍କ ମିମ୍ସ ସେୟାର କରି ଜେଲ ଯାଇଥିବା ପ୍ରିୟଙ୍କା ଶର୍ମା ଏବେ ଚର୍ଚ୍ଚାରେ ଅଛନ୍ତି । ଗୋଟେପଟେ ମମତାଙ୍କ ପାଇଁ ପ୍ରିୟଙ୍କା ସିନା ଜେଲ୍ ଗଲେ ଅନ୍ୟପଟେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କୁ ଟ୍ୱିଟର ଯୋଗେ ଫଲୋ କରିଛନ୍ତି । ପ୍ରିୟଙ୍କା ହେଉଛନ୍ତି ବିଜେପିର ଯୁବ ୱିଙ୍ଗ ସିଂଯୋଜକ । ମୋଦି ତାଙ୍କୁ ଟ୍ୱିଟରରେ ଫଲୋ କରିବା ପରେ ପ୍ରିୟଙ୍କା ମୋଦିଙ୍କୁ ସମ୍ମାନ ଜଣାଇବା ସହ ଗର୍ବ ଅନୁଭବ କରିଛନ୍ତି ।
This is Big surprise for me, Thank You @narendramodi Ji for Follow Back, Feeling Honoured and Proud. pic.twitter.com/z1G5mF8ljI
— Priyanka Sharma (@Priyankabjym) June 17, 2019
ଖବରମୁତାବକ, ମମତା ବାନାର୍ଜିଙ୍କ ଫଟୋସପ୍ ଫଟୋକୁ ଫେସବୁକ୍ ରେ ଭାରତୀୟ ଜନତା ପାର୍ଟିର ଯୁବ ୱିଂଗ ସଂଯୋଜକ ପ୍ରିୟଙ୍କା ଶର୍ମା ପୋଷ୍ଟ କରିଥିଲେ । ଏହି ଫଟୋ ରେ ପ୍ରିୟଙ୍କ ଚୋପ୍ରାଙ୍କ ମେଟ୍ ଗାଲା ଫଟୋରେ ମମତା ବାନାର୍ଜିଙ୍କୁ ଦେଖାଯାଇଥିଲା । ସେପଟେ ଏହି ଫଟୋ ଉପରେ ଆପତ୍ତି କରି ତୃଣମୂଳ କଂଗେସର କାର୍ଯ୍ୟକାର୍ତ୍ତାମାନେ ପ୍ରିୟଙ୍କାଙ୍କ ବିରୋଧରେ କେସ୍ କରିଥିଲେ ଏବଂ ପରେ ପୋଲିସ ପ୍ରିୟଙ୍କାଙ୍କୁ ଗିରଫ କରିଥିଲା । ଏହି ମାମଲାରେ ଜୁଲାଇ ୧୦ ତାରିଖରେ ପ୍ରିୟଙ୍କାଙ୍କୁ ପୋଲିସ ଗିରଫ କରିଥିଲା ।
ସୁପ୍ରିମକୋର୍ଟର ହସ୍ତକ୍ଷେପ ପରେ ମେ’ ୧୪ ରେ ପ୍ରିୟଙ୍କାଙ୍କୁ ଜେଲରୁ ଛଡା ଯିବ ବୋଲି ଆଦେଶ ଜାରି କରାଯାଇଥିଲା । କିନ୍ତୁ ତାଙ୍କୁ ମେ’ ୧୫ ରେ ଜେଲରୁ ଛଡା ଯାଇଥିଲା ।
ମେ’ ୧୪ ପ୍ରିୟଙ୍କାଙ୍କୁ ଜେଲ୍ ରୁ ଛଡା ଯିବାର ଆଦେଶ ପରେ ବି ମେ’ ୧୫ ରେ ଏହି ମାମଲାରେ ଶୁଣାଣି କରି ସୁପ୍ରିମକୋର୍ଟ ର ବେଞ୍ଚ ପକ୍ଷରୁ କୋଲକତା ସରକାରଙ୍କୁ ପଚରା ଯାଇଥିଲା କି , ପ୍ରିୟଙ୍କାଙ୍କୂ ତୁରନ୍ତ କାହିଁକି ଛଡା ଗଲା ନାହିଁ ।? ଏହା ସୁପ୍ରିମ କୋର୍ଟର ଅବମାନନା ।