ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଚାଲିଛି କେନ୍ଦ୍ରୀୟ କ୍ୟାବିନେଟ୍ ବୈଠକ । ଯେଉଁଥିରେ ରାଷ୍ଟ୍ରୀୟ ଜନସଂଖ୍ୟା ପଞ୍ଜି (ଏନପିଆର) ରେ ଅପଡେଟ୍ ପାଇଁ ଧନ ଆବଣ୍ଟନର ପ୍ରସ୍ତାବ ଉପରେ ଫଇସଲା ହୋଇପାରେ । ଏନପିଆର ଅପଡେଟ୍ କରିବାର ପ୍ରକିୟା ଆଗାମୀ ବର୍ଷ ଅପ୍ରିଲ ମାସରେ ଆରମ୍ଭ ହୋଇପାରେ ।
ରିପୋର୍ଟ ମୁତାବକ,କ୍ୟାବିନେଟ୍ ବୈଠକ ପାଇଁ ପ୍ରସ୍ତୁତ ଏଜେଣ୍ଡାରେ ଏନପିଆରକୁ ନେଇ ପ୍ରସ୍ତାବ ସାମିଲ ଅଛି । ଏନପିଆର ରେ ଦେଶର ‘ସାମାନ୍ୟ ନାଗରିକ’ଙ୍କ ଗଣନା କରାଯାଇଥାଏ । ଏନପିଆର ପାଇଁ ସାମାନ୍ୟ ନାଗରିକ ଅର୍ଥ ହେଉଛି ଯେଉଁମାନେ କୌଣସି ସ୍ଥାନୀୟ କ୍ଷେତ୍ରରେ ଗତ ଛଅ ମାସରୁ ଅଧିକ ସମୟ ହେବ ରହୁଛନ୍ତି କିମ୍ବା ଛଅ ମାସରୁ ଅଧିକ ସମୟ ରହିବାର ଯୋଜନା କରିଛନ୍ତି ।
ଆଧିକାରିକ ୱେବସାଇଟରେ ଦିଆଯାଇଥିବା ସୂଚନା ଅନୁସାରେ, ରାଷ୍ଟ୍ରୀୟ ଜନସଂଖ୍ୟା ରେଜିଷ୍ଟର ପାଇଁ ଶେଷ ଥର ବର୍ଷ ୨୦୧୦ରେ ଡାଟା ଏକାଠି କରାଯାଇଥିଲା । ଯେବେ ୨୦୧୧ ପାଇଁ ଜନଗଣନା କରଯାଇଥିଲା । ସେହି ଡାଟାକୁ ପୁଣି ୨୦୧୫ରେ ଅପଡେଟ୍ କରାଯାଇଥିଲା । ଏଥିରେ ଘରେ ଘରେ ବୁଲି ସର୍ଭେ କରିବାକୁ ପଡିଥିଲା । ସେହି ଡାଟାକୁ ଡିଜିଟାଲ କରିବାର ପ୍ରକ୍ରିୟା ପୁରଣ କରାଯାଇ ସାରିଛି । ଏବେ ସରକାରଙ୍କ ପକ୍ଷରୁ ନଷ୍ପତ୍ତି ନିଆଯାଇଛି କି ୨୦୨୧ ଜନଗଣନା ରେ ଆସାମକୁ ବାଦ୍ ଦେଲେ ଅନ୍ୟ ସମସ୍ତ ରାଜ୍ୟକୁ କେନ୍ଦ୍ରଶାସିତ ପ୍ରଦେଶ କରିବା ପାଇଁ ସେହି ଡାଟାକୁ ପୁର୍ନବାର ଅପଡେଟ୍ କରାଯିବ ।