ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ପୂର୍ବତନ ଭାରତୀୟ କ୍ରିକେଟର ଏବଂ ୟୂପି ସରକାରର କ୍ୟାବିନେଟ ମନ୍ତ୍ରୀ ଚେତନ ଚୌହାନଙ୍କ ନିଧନ ହୋଇଛି । ମୃତ୍ୟୁ ବେଳକୁ ତାଙ୍କୁ ୭୩ ବର୍ଷ ବୟସ ହୋଇଥିଲା । କୋଭିଡ୧୯ ଯୋଗୁଁ ତାଙ୍କର ମୃତ୍ୟୁ ହୋଇଛି ବୋଲି ତାଙ୍କ ସାନ ଭାଇ ସୂଚନା ଦେଇଛନ୍ତି ।
ଜୁଲାଇ ୧୧ ରେ କରୋନା ପଜିଟିଭ ଚିହ୍ନଟ ହେବା ପରେ ତାଙ୍କୁ ଏସଜିପିଜିଆଇ ରେ ଭର୍ତ୍ତି କରାଯାଇଥିଲା । ଏହାପରେ ତାଙ୍କର କିଡନୀ ଏବଂ ରକ୍ତଚାପ ସମସ୍ୟା ଆରମ୍ଭ ହୋଇଯାଇଥିଲା, ଯେଉଁଥିପାଇଁ ତାଙ୍କୁ ଜୁଲାଇ ୧୫ ରେ ଗୁରୁଗ୍ରାମର ମେନ୍ଦାତା ହସ୍ପିଟାଲକୁ ସ୍ଥାନାନ୍ତରିତ କରାଯାଇଥିଲା । ଏହାପରେ ତାଙ୍କର ଦୁଇଥର କରୋନ ରିପୋର୍ଟ ନେଗେଟିଭ ଆସିବା ପରେ ପୁଣି ଥରେ ପଜିଟିଭ ଆସିଥିଲା ।