ନୂଆଦିଲ୍ଲୀ ( ଏଟିଆର ବ୍ୟରୋ); ଉତ୍ତରାଖଣ୍ଡର ଅର୍ଥମନ୍ତ୍ରୀ ପ୍ରକାଶ ପନ୍ତ କିଛିଦିନ ହେଲା ଅସୁସ୍ଥ ଥିବାରୁ ସେ ଆମେରିକାର ଏକ ହସପିଟାଲରେ ତାଙ୍କର ପରଲୋକ ହୋଇଛି । ସେ ଆମେରିକାରେ ଫୁସଫୁସ ଜନିତ ରୋଗର ଚିକିତ୍ସା ପାଇଁ ଭର୍ତ୍ତି ହୋଇଥିବା ବେଳେ ଆଜି ତାଙ୍କର ମୃତ୍ୟୁ ହୋଇଛି । ଆମେରିକା ଯିବା ପୂର୍ବରୁ ସେ ପ୍ରଥମେ ଦିଲିଲୀରେ ଏକ ଘରୋଇ ହସପିଟାଲରେ ଚିକିତ୍ସିତ ହେଉଥିଲେ ।
ତେବେ ପ୍ରକାଶଙ୍କ ମୃତ୍ୟୁ ଖବରକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୋକ ପ୍ରକାଶ କରିଛନ୍ତି । ଏଇ ଦୁଃଖଦ ଖବର ନେଇ ଟ୍ୱିଟକରି କହିଛନ୍ତି ତାଙ୍କ ସାଂଗଠନିକ ଦକ୍ଷତା ଯୋଗୁ ରାଜ୍ୟରେ ବିଜେପି ବହୁତ ମଜବୁତ ହୋଇଥିଲା । ସେହିଭଳି ଉତ୍ତରାଖଣ୍ଡର ପ୍ରଗତିରେ ମଧ୍ୟ ତାଙ୍କର ବଡ ଯୋଗଦାନ ରହିଛି । ପ୍ରଧାନମନ୍ତ୍ରୀ ତାଙ୍କ ପରିବାରକୁ ସମବେଦନା ଜଣାଇଛନ୍ତି ।
ଅର୍ଥମନ୍ତ୍ରୀ ପ୍ରକାଶ ପଂତଙ୍କ ସ୍ୱାସ୍ଥ୍ୟବସ୍ଥା ଫେବୃଆରି ମାସରୁ ଖରାପ ରହିଥିଲା । ଏମିତି କି ସେ ଗତଥର ମୁଖ୍ୟ ମନ୍ତ୍ରୀ ରେସରେ ରହିଥିଲେ । ତିନିଦିନ ପାଇର୍ ରାଜ୍ୟରେ ଶୋକ ପାଳନ କରାଯାଉଥିବା ବେଳେ ଗୁରୁବାର ସରକାରୀ ଛୁଟି ଘୋଷଣା କରାଯାଇଛି ।