ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଲୋକସଭା ନିର୍ବାଚନରେ ମତଦାନ କରିବା ପାଇଁ ଦେଶବାସୀଙ୍କୁ ଅପିଲ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ସେ ତାଙ୍କ ପ୍ରଥମ ଟ୍ୱିଟ୍ କରି କହିଛନ୍ତି କି, ‘ଲୋକସଭା ନିର୍ବାଚନ ପାଇଁ ଆଜି ପ୍ରଥମ ପର୍ଯ୍ୟାୟ ମତଦାନ । ସମସ୍ତ ମତଦାତାଙ୍କୁ ମୋର ଅନୁରୋଧ କି ଲୋକତନ୍ତ୍ର ର ଏହି ମହୋତ୍ସବ ରେ ନିଶ୍ଚିତ ରୂପେ ସାମିଲ ହୁଅନ୍ତୁ । ଅଧିକରୁ ଅଧିକ ସଂଖ୍ୟାରେ ମତଦାନ କରନ୍ତୁ । ପ୍ରଥମେ ମତଦାନ, ପୁଣି ଜଳପାନ ।’
लोकसभा चुनावों के लिए आज पहले चरण का मतदान है।
सभी मतदाताओं से मेरी विनती है कि लोकतंत्र के इस महोत्सव में जरूर हिस्सा लें।
अधिक-से-अधिक संख्या में मतदान करें। पहले मतदान, फिर जलपान!
— Chowkidar Narendra Modi (@narendramodi) April 11, 2019
ସେହିପରି ଦ୍ୱିତୀୟ ଟ୍ୱିଟ ରେ ଲେଖିଛନ୍ତି କି, ‘ଲୋକସଭା ନିର୍ବାଚନ ୨୦୧୯ ଆଜିଠାରୁ ଆରମ୍ଭ ହେଉଛି । ଯେଉଁମାନଙ୍କ ନିର୍ବାଚନ ମଣ୍ଡଳୀରେ ପ୍ରଥମ ପର୍ଯ୍ୟାୟ ମତଦାନ ରହିଛି , ମୁଁ ସେମାନ ସମସ୍ତଙ୍କୁ ଆହ୍ୱାନ କରୁଛି କି ରେକର୍ଡ ସଂଖ୍ୟାରେ ମତଦାନ କରନ୍ତୁ ଏବଂ ମତାଧିକାରକୁ ପ୍ରୟୋଗ କରନ୍ତୁ । ଖାସ୍ କରି ଯୁବପିଢୀ ଏବଂ ପ୍ରଥମ ଥର ପାଇଁ ମତଦାନ କରିବାକୁ ଥିବା ବ୍ୟକ୍ତିଙ୍କୁ କହିବାକୁ ଚାହୁଁଛି କି ଅଧିକ ସଂଖ୍ୟାରେ ଭୋଟ କରନ୍ତୁ ।’
2019 Lok Sabha elections commence today.
I call upon all those whose constituencies are voting in the first phase today to turn out in record numbers and exercise their franchise.
I specially urge young and first-time voters to vote in large numbers.
— Chowkidar Narendra Modi (@narendramodi) April 11, 2019
ଅପରପକ୍ଷେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ମଧ୍ୟ ଲୋକଙ୍କୁ ବୁଝି ସୁଝି ଭୋଟ କରିବା ପାଇଁ ଅପିଲ କରିଛନ୍ତି । ସେ ଟ୍ୱିଟ୍ କରି କହିଛନ୍ତି କି ‘ ନା ଦୁଇ କୋଟି ଚାକିରୀ, ନା ଖାତାରେ ୧୫ ଲକ୍ଷ ଟଙ୍କା ଏବଂ ନା ଭଲ ଦିନ ମିଳିଲା । ଏହାର କାରଣ କୌଣସି ଚାକିରୀ ନୁହେଁ, ବିମୁଦ୍ରିକରଣ, କୃଷକଙ୍କ ଯନ୍ତ୍ରଣା, ଗବର ସିଂହ ଟ୍ୟାକ୍ସ, ସୁଟ୍ ବୁଟ୍ ସରକାର ଏବଂ ରାଫେଲ, ମିଛ, ଅବିଶ୍ୱାସ, ହିଂସା, ଘୃଣା ଏବଂ ଡର ମିଳିଛି । ଆପଣ ଆଜି ଭାରତର ଆତ୍ମା ପାଇଁ ଭୋଟ କରନ୍ତୁ । ଭବିଷ୍ୟତ ପାଇଁ ଭୋଟ କରନ୍ତୁ । ବୁଝି ସୁଝି ମତଦାନ କରନ୍ତୁ ।’
No 2 Crore JOBS.
No 15 Lakhs in Bank A/C.
No ACCHE DIN.Instead:
No JOBS.
DEMONETISATION.
Farmers in Pain.
GABBAR SINGH TAX.
Suit Boot Sarkar.
RAFALE.
Lies. Lies. Lies.
Distrust. Violence. HATE. Fear.You vote today for the soul of India. For her future.
Vote wisely. pic.twitter.com/wKNTBuGA7J
— Rahul Gandhi (@RahulGandhi) April 11, 2019