ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଆଜିକାଲି ସୋସିଆଲ ମିଡିଆରେ ଦେଶଭକ୍ତିର ନିଶା ଘାରିଛି । ଯାହାକୁ ଦେଖ ସେମାନେ ସମସ୍ତେ ନିଜକୁ ରାଷ୍ଟ୍ରବାଦୀ ଏବଂ ଦେଶଭକ୍ତ କହୁଥିବାରେ ଦେଖିବାକୁ ମିଳିଛି । ନିଜ ନିଜର ଫଟୋ ଆଗରେ ‘ଭାରତ ମାତା କି ଜୟ’ ଲେଖି ହୋଇ ଯାଉଛନ୍ତି ଦେଶଭକ୍ତ । ଏଭଳି ଲୋକଙ୍କୁ ଆଇନର ଦେଖାଇବା ପାଇଁ ଉପରାଷ୍ଟ୍ରପତି ଭେଙ୍କୟା ନାଇଡୁ କହିଛନ୍ତି କି କେବଳ ଭାରତ ମାତା ବି ଜୟ କିମ୍ବା ଜୟ ହୋ କହିବା ରାଷ୍ଟ୍ରବାଦ ନୁହେଁ । ସମସ୍ତଙ୍କ ପାଇଁ ଜୟ ହୋ ହେଉଛି ରାଷ୍ଟ୍ରବାଦ । ଯଦି ଆପଣ ଜାତି, ଧର୍ମ ସହର ଏବଂ ଗ୍ରାମାଞ୍ଚଳ ବିଭାଜନକୁ ଆଧାର କରି ଲୋକଙ୍କଠାରେ ଭେଦ ଭାବ କରୁଛନ୍ତି, ତେବେ ଆପଣ ‘ଭାରତ ମାତା କି ଜୟ’ କହିବା ଯୋଗ୍ୟ ନୁହେଁ ।
ଉପରାଷ୍ଟ୍ରପତି କହିଛନ୍ତି କି ଦୀର୍ଘ ଦିନରୁ ଶିକ୍ଷା ପ୍ରଣାଳୀରେ ପରିବର୍ତ୍ତନର ଆଶା ରହିଛି । ଆମମାନଙ୍କୁ ସମ୍ପୂର୍ଣ୍ଣ ଭାବେ ଔପନିବେଶିକ ମାନସିକତାକୁ ଶେଷ କରିବାକୁ ପଡିବ, ଛାତ୍ରଛାତ୍ରୀଙ୍କ ମଧ୍ୟରେ ବାସ୍ତବିକ ଇତିହାସ, ପ୍ରାଚୀନ ସଭ୍ୟତା, ସଂସ୍କୃତି ଏବଂ ରାଷ୍ଟ୍ରବାଦର ମୂଲ୍ୟକୁ ନେଇ ଶିକ୍ଷାଦାନ କରାଇବା ଆବଶ୍ୟକ ।
ସେ ଆହୁରୀ ମଧ୍ୟ କହିଛନ୍ତି କି ଆମମାନଙ୍କ ପାଖରେ ବହୁତ ଗୁଡାଏ ଉପାୟ ରହିଛି । ଯୁବାପିଢୀଙ୍କୁ ଏହି ଉପାୟକୁ ପ୍ରାପ୍ତ କରିବା ଉଚିତ୍ ଏବଂ ଭୟ , ଭ୍ରଷ୍ଟାଚାର, ଭେଦଭାବ, ଗରିବ, ଅଶିକ୍ଷା, ଜାତିଧର୍ମ, ସହର-ଗ୍ରାମୀଣ ବିଭାଜନ ରୁ ମୁକ୍ତ ଏକ ନୂତନ ଭାରତର ନିର୍ମାଣର ପ୍ରୟାସ କରିବା ଉଚିତ୍ । ଏହା ହେଉଛି ସେହି ନୂତନ ଭାରତ ଯାହାକୁ ଆମେ ଦେଖିବାକୁ ଚାହୁଁଛୁ ।