ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ପଶ୍ଚିମବଙ୍ଗରେ ମୁ୍ଖ୍ୟମନ୍ତ୍ରୀ ମମତା ବନାର୍ଜି ଏବଂ କେନ୍ଦ୍ର ସରକାରଙ୍କ ମଧ୍ୟରେ ଚାଲିଥିବା ବିବାଦକୁ ନେଇ ମଙ୍ଗଳବାର ସୁପ୍ରିମକୋର୍ଟ ରାଜୀବ କୁମାରଙ୍କ ଗିରଫଦାରୀ ଉପରେ ଅଙ୍କୁଶ ଲଗାଇଛନ୍ତି । ଏହାସହିତ ସିବିଆଇଙ୍କୁ ସହଯୋଗ କରିବା ପାଇଁ କୁହାଯାଇଛି । କୋର୍ଟର ଏହି ନିଷ୍ପତିରେ ଗୋଟେ ତରଫା ବିଜୟୀ ହୋଇଥିବା ମମତା କହିଛନ୍ତି । ଅନ୍ୟପଟେ ବିଜେପି ବି ନିଜର ବିଜୟୀ ହୋଇଛି ବୋଲି ମତବ୍ୟକ୍ତ କରିଛି ।
ସୁପ୍ରିମ କୋର୍ଟ ପକ୍ଷରୁ କୁହାଯାଇଛି କି ସିବିଆଇର ଅବମାନନା ପିଟିସନ ଉପରେ ନୋଟିସ ଜାରି କରାଯିବ । ମେଘଳାୟର ସିଲଂଠାରେ ସିବିଆଇର ପଚରାଉଚରାରେ କୋଲକତାର କମିଶନର ରାଜୀବ କୁମାର ସହଯୋଗ କରିବେ ।
ସୁପ୍ରିମ କୋର୍ଟଙ୍କ ଶୁଣାଣି ପରେ ବିଜେପି ସରକାର ମମତା ସମେତ ଅନ୍ୟ ବିପକ୍ଷ ଦଳକୁ ଟାର୍ଗେଟ କରିଛି । ଏନେଇ କେନ୍ଦ୍ରମନ୍ତ୍ରୀ ଶିବଶଙ୍କର ପ୍ରସାଦ କହିଛନ୍ତି କି ଲକ୍ଷ ରୁ ଅଧିକ ଅର୍ଥ ବିନିଯୋଗକାରୀଙ୍କ ସହ ଧୋକା ହୋଇଛି ଏବଂ ସମସ୍ତେ ଚୁପ୍ କାହିଁକି?
ସେ କହିଛନ୍ତି କି, ‘ଆଜି ଆମେ ପାର୍ଟି ପକ୍ଷରୁ ଏକ ବଡ ପ୍ରଶ୍ନ କରୁଛୁ । ଲକ୍ଷ ଲକ୍ଷ ଅର୍ଥ ବିନିଯୋଗକାରୀଙ୍କ ସହ ଧୋକ୍କା ହୋଇଛି, ସେମାନଙ୍କର ଟଙ୍କା ସବୁ ହରଣ ହୋଇଛି । ଏହି ମାମଲାରେ ତଦନ୍ତ କରିବା କ’ଣ ନୈତିକ ଦାୟିତ୍ୱ ନୁହେଁ? ମମତା ଜୀ ଏଥିରେ ଚୁପ୍ କାହିଁକି?’ ଅନ୍ୟ ରାଜନୈତିକ ଦଳ କାହିଁକି ଚୁପ୍ ଅଛନ୍ତି?
ସେ ଆହୂରୀ ମଧ୍ୟ କହିଛନ୍ତି କି, ସୁପ୍ରିମ କୋର୍ଟର ଆଦେଶ ଅନୁଯାୟୀ ଏହି ତଦନ୍ତ ନିରପେକ୍ଷ ଭାବେ ହେବା ଉଚିତ୍ । ଏହାକୁ ରାଜନୀତିକରଣ ନକରାଯାଉ । ଏହା ସିବିଆଇ ପାଇଁ ଏକ ବଡ ରାଜନୀତିକ ବିଜୟୀ ।
ଅନ୍ୟପଟେ ସୁପ୍ରିମ କୋର୍ଟଙ୍କ ନିଷ୍ପତିରେ ମମତା କହିଛନ୍ତି, ଏହା ଆମର ନୈତିକ ବିଜୟୀ । ମୁଁ ରାଜୀବ କୁମାରଙ୍କ ଓକିଲାତି କରୁ ନାହିଁ, ମୁଁ ଦେଶର କୋଟି କୋଟି ଲୋକଙ୍କ ପାଇଁ ପ୍ରାର୍ଥନା କରୁଛି ।