ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ପଶ୍ଚିମବଙ୍ଗ ରେ ବିଜେପି ଏବଂ ତୃଣମୂଳ କଂଗ୍ରେସ ମଧ୍ୟରେ ଲାଗିଥିବା ବିବାଦ ଥମିବାର ନଧରୁନି । ରାଜ୍ୟରେ ପ୍ରତ୍ୟେକ ଦିନ କିଛି ନା କିଛି ଘଟଣା ସାମ୍ନାକୁ ଆସୁଛି । ଆଜିକାଲି ତୃଣକୂଳ କଂଗ୍ରେସ ଏବଂ ବିଜେପି ମଧ୍ୟରେ ନିଜ କାର୍ଯ୍ୟାଳୟ ଉପରେ କବଜା,ଭଙ୍ଗାରୁଜା,ହିଂସା ର ଆରୋପ ପ୍ରତ୍ୟାରୋପ ଲାଗି ରହିଛି । ଇତି ମଧ୍ୟରେ ବିଜେପି କାର୍ଯ୍ୟକର୍ତ୍ତାମାନେ ତୃଣମୂଳ କଂଗ୍ରେସର କାର୍ଯ୍ୟାଳୟ କବଜା କରିଥିବାର ମମତା ବାନାର୍ଜି ଅଭିଯୋଗ କରିଛନ୍ତି । ଏହାପରେ ସେ କାର୍ଯ୍ୟାଳୟରେ ଲଗାଯାଇଥିବା ବିଜେପିର ପଦ୍ମ ଚିହ୍ନକୁ ହଟାଇ ତୃଣମୂଳ କଂଗ୍ରେସର ଚିହ୍ନକୁ ଲଗାଇ ଦେଇଛନ୍ତି ।
କାର୍ଯ୍ୟାଳୟରୁ ପଦ୍ମ ଚିହ୍ନ ହଟାଇବା ପରେ ମମତା କହିଛନ୍ତି କି ନୈହାଟୀ ର ଏହି ଅଫିସ ତୃଣମୂଳ ସରକାରର ଥିଲା, ଯାହାକୁ ଲୋକସଭା ନିର୍ବାଚନ ପରେ ବିଜେପି ସାଂସଦ ଅର୍ଜୁନ ସିଂହ ଏବଂ ତାଙ୍କ ସମର୍ଥକମାନେ ନିଜ ଅଧିନକୁ ଆୟତ କରିନେଥିଲେ । ସେପଟେ ଏହି ମାମଲାକୁ ନେଇ କେନ୍ଦ୍ରମନ୍ତ୍ରୀ ବାବୁଲ ସୁପ୍ରିୟ କହିଛନ୍ତି କି ସେ ଆସାନସୋଲ ଲୋକସଭା କ୍ଷେତ୍ର ପକ୍ଷରୁ ମମତାଙ୍କୁ ଗେଟ୍ ୱେଲ ସୁନ୍ କାର୍ଡ ପଠାଇବେ । ଆସନସୋଲରୁ ବିଜେପିର ଲୋକସଭା ସାଂସଦ ବାବୁଲଙ୍କ କହିବାନୁଯାୟୀ ମମତା ଜଣେ ଅନୁଭବି ନେତା, କିନ୍ତୁ କିଛି ଦିନ ହେବ ତାଙ୍କ ବ୍ୟବହାର ଆଚରଣରେ ଅଜବ ପରିବର୍ତ୍ତନ ଦେଖିବାକୁ ମିଳୁଛି । ପଦ ଅନୁଯାୟୀ ତାଙ୍କୁ ତାଙ୍କୁ ମସ୍ତିସ୍କକୁ ସ୍ଥିର ରଖିବା ଉଚିତ୍ । ତାଙ୍କୁ କିଛି ଦିନ ଆରମ ଦରକାର ।
ଅନ୍ୟପଟେ ରବିବାର ଦିନ ମମତା ତାଙ୍କ ଫେସବୁକ ପୋଷ୍ଟ ମାଧ୍ୟମରେ ବିଜେପି ଉପରେ ଅଭିଯୋଗ କରିଥିଲେ କି ବିଜେପି ଧର୍ମ ଏବଂ ରାଜନୀତିକୁ ଭୁଲ ଉପାୟରେ ମିଶାଇ ଧାର୍ମିକ ନାରାକୁ ବ୍ୟବହାର କରୁଛି । ଆମେ ଆରଏସଏସ ନାମରେ ଏହି ରାଜନୀତି ନାରାର ଜବରଦସ୍ତିକୁ ସମ୍ମାନ ଦେଇପାରିବୁ ନାହିଁ । ଏହି ସଂଘକୁ ପଶ୍ଚିମବଙ୍ଗ କେବେ ବି ସ୍ୱୀକାର କରି ନାହିଁ ।