ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ ଭଦ୍ରାଙ୍କ ଟ୍ୱିଟ୍ କୁ ନେଇ ପାଲଟା ବାର କରିଛନ୍ତି ଉତ୍ତର ପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ । ସେ କହିଛନ୍ତି କି ଯେତେବେଳେ କୃଷକ ଭୋକରେ ମରୁଥିଲେ ସେତେବେଳେ ପ୍ରିୟଙ୍କା ଗାନ୍ଧୀ କେଉଁଠି ଥିଲେ ।
ଏହା ସହିତ ଯୋଗୀ ଟ୍ୱିଟ୍ କରି କହିଛନ୍ତି କି, ଆମ ସରକାର ଯେବେଠାରୁ ସତ୍ତାକୁ ଆସିଛି ସେବେ ସରକାରକୁ ୫୭,୮୦୦ କୋଟି ଟଙ୍କାର ଆଖୁ ବକେୟା ଦେବାକୁ ପଡିଛି । ଏହି ଟଙ୍କା ରାଜ୍ୟା ବଜେଟ୍ ରୁ ବି ଅଧିକ । ପୂର୍ବରୁ ବହୁଜନସମାଜବାଦୀ ପାର୍ଟି ଏବଂ ସାମଜବାଦୀ ପାର୍ଟି ସରକାରରେ ଥିବା ବେଳେ ଆଖୁ କୃଷକଙ୍କ ପାଇଁ କିଛି ବି କରି ନାହିଁ । ଯାହାଫଳରେ କୃଷକ ଭୋକରେ ମରୁଥିବାର ଶିକାର ହୋଇଥିଲେ ।
हमारी सरकार जब से सत्ता में आई है हमने लंबित 57,800 करोड़ का गन्ना बकाया भुगतान किया है। ये रकम कई राज्यों के बजट से भी ज्यादा है। पिछली सपा-बसपा सरकारों ने गन्ना किसानों के लिए कुछ नहीं किया जिससे किसान भुखमरी का शिकार हो रहा था।
— Chowkidar Yogi Adityanath (@myogiadityanath) March 24, 2019
ସେ ଆହୁରୀ ମଧ୍ୟ କହିଛନ୍ତି କି ବର୍ଷ ୨୦୧୨ ରୁ ୨୦୧୭ ମଧ୍ୟରେ ଯେତେବେଳେ କୃଷକ ଭୋକରେ ମରୁଥିଲେ ସେତେବେଳେ ଏହି ତଥାକଥିତ ବନ୍ଧୁଗଣ କେଉଁଠି ଥିଲେ । ଏବେ ତାଙ୍କ ନିଦ କାହିଁକି ଭାଙ୍ଗିଛି? ଦେଶରେ ଆଖୁ ଫେତ୍ରଫଳ ଏବେ ୨୨ ପ୍ରତିଶତ ପଢି ୨୮ ଲକ୍ଷ ହେକ୍ଟ ହୋଇଛି । ଏହାସହିତରେ ଦେଶରୋ ବନ୍ଦ ପଡିଥିବା ଅନେକ ଚିନି କାରଖାନାକୁ ପୁନର୍ବାର ଆରମ୍ଭ କରାଯାଇଛି । ଏବେ କୃଷକ ଭଲରେ ଅଛନ୍ତି ।
ଏହାପୂର୍ବରୁ କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ଟ୍ୱିଟ୍ କରି ଲେଖିଥିଲେ କି, ‘ଆଖୁ ଚାଷୀଙ୍କ ପରିବାର ଦିନରାତି ଏକାଠି କରି ପରିଶ୍ରମ କରୁଛନ୍ତି । ମାତ୍ର ସରକାର ସେମାନଙ୍କର ଦାୟିତ୍ୱ ନେଉ ନାହାନ୍ତି । କୃଷକଙ୍କ ୧୦ ହଜାର କୋଟି ଅଞ୍ଚଳ ମାନେ ତାଙ୍କ ପିଲାଙ୍କ ଶିକ୍ଷା , ଭୋଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟ ଫସଲ ସବୁକିଛି ଠପ୍ ହୋଇଯାଏ । ଏହି ସରକାର କେବଳ ଧନୀଙ୍କ ଡ୍ୟୁଟି କରୁଛନ୍ତି, ଗରିବଙ୍କୁ ଖାତିର କରୁ ନାହାନ୍ତି ।’