ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ପଶ୍ଚିମବଙ୍ଗ ବାଲୁରଘାଟ ଏବଂ ରାୟଗଞ୍ଜରେ ଉତ୍ତର ପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟ ନାଥଙ୍କ ରାଲି ରଦ୍ଦ କରାଯିବାର ଦୁଇ ଦିନ ପରେ ଏବେ ବିଜେପି ଏକ ଅଭିନବ ଉପାୟ ଆପଣାଇ ମମତା ସରକାରକୁ ଟାର୍ଗେଟ କରିଛି । ରାଜ୍ୟରେ ମଙ୍ଗଳବାର ଯୋଗୀଙ୍କ ଆଉ ଏକ ରାଲିର ପ୍ରସ୍ତୁତି ରହିଛି । ଏହି ଅବସରରେ ବିଜେପି ମମତା ସରକାରଙ୍କୁ ପ୍ରଶ୍ନ କରିଛି କି ହାଓ ଇଜ୍ ଦ କୌଫ୍? ଦଳର କହିବାନୁଯାୟୀ ଟିଏମସି ଦ୍ୱାରା ଯୋଗୀଙ୍କୁ ରୋକା ଯିବା ପ୍ରୟାସ ଏହା ଆଗାମୀ ନିର୍ବାଚନ ପାଇଁ ଦଳର ଫାଇଦା ହେବ ।
ଯୋଗୀ ଆଦିତ୍ୟନାଥ ପାରୁପଲ୍ଲୀ ରେ ଆୟୋଜିତ ରାଲିରେ ଯୋଗ ଦେବେ ବୋଲି ଜାଣିବାକୁ ମିଳିଛି । ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି କି ମଙ୍ଗଳବାର ଯୋଗୀ ବିଶେଷ ବିମାନ ଯୋଗେ ରାଞ୍ଚିରେ ପହଁଚିବେ । ସେଠାରୁ ସେ ହେଲିକପ୍ଟ ଦ୍ୱାରା ବୋକାର ଯିବେ ପୁଣି କାର୍ ଯୋଗେ ପଶ୍ଚିମବଙ୍ଗରେ ପହଁଚିବେ ।
ବିଜେପିର ବରିଷ୍ଠ ନେତା କହିଛନ୍ତି କି ମୁଖ୍ୟମନ୍ତ୍ରୀ ପରୁଲିଆ ଯାଏଁ ହେଲିକପ୍ଟରରେ ଯାଇଥାନ୍ତେ, କିନ୍ତୁ ରବିବାର ତୃଣମୂଳ ସରକାର ଯୋଗୀଙ୍କ ହେଲିକପ୍ଟରକୁ ଲ୍ୟାଣ୍ଡିଂ କରିବାକୁ ଅନୁମତି ନଦେବାରୁ ସେ ସଡକ ମାର୍ଗ ଦେଇ ପଶ୍ଚିମବଙ୍ଗରେ ପହଁଚିବେ । ଯୋଗୀଙ୍କ ହେଲିକପ୍ଟରକୁ ପଶ୍ଚିମବଙ୍ଗରେ ଲ୍ୟାଣ୍ଡି ନକରାଯିବାରୁ ଏବେ ବିଜେପି ଟାର୍ଗେଟ୍ ରେ ରହିଛନ୍ତି ମମତା ସାରକାର ।
ପୁଣି ଯୋଗୀଙ୍କୁ ପଶ୍ଚିମବଙ୍ଗରେ ରୋକା ଯିବାର ପ୍ରଶ୍ନକୁ ନେଇ ବିଜେପିର ଏକ ନେତା କହିଛନ୍ତି କି ସେମାନଙ୍କା ଯାହା କରିବାର ଅଛି କରନ୍ତୁ, ତାଙ୍କର ଏଭଳି କାମ ଯୋଗୁଁ ବିଜେପି ପଶ୍ଚିମବଙ୍ଗରେ ଆହୁରୀ ଅଧିକ ପ୍ରସିଦ୍ଧ ହେବ । ପୁରୁଲିଆର ରାଲିକୁ ସଫଳ କରିବାରେ ବିଜେପି ଲାଗିପଡିଛ ।
ପଶ୍ଚିମବଙ୍ଗରେ ରବିବାର ରାଲିର ଅନୁମତି ନମିଳିବାରୁ ଯୋଗୀ ଆଦିତ୍ୟ ନାଥ ଅନ୍ୟ ଏକ ଯୋଜନା ବନାଇଥିଲେ । ଦୁଇଟି ଜନସଭାରେ ମୁଖ୍ୟମନ୍ତ୍ରୀ ଯୋଗୀ ମୋବାଇଲ ଫୋନ୍ ଜରିଆରେ ରାଲିକୁ ସମ୍ବୋନ୍ଧିତ କରିଥିଲେ ।