ନୂଆଦିଲ୍ଲୀ ( ଏଟିଆର ବ୍ୟୁରୋ): ସବୁବେଳ ବିବାଦୀୟ ମନ୍ତବ୍ୟ ଦେଇ ଚର୍ଚ୍ଚାରେ ରହୁଥିବା ରାହୁଳ ଗାନ୍ଧି ପୁଣି ଏକ ନୂଆ ବିବାଦରେ ଛନ୍ଦି ହୋଇଛନ୍ତି । କଂଗ୍ରେସ ଅଧ୍ୟକ୍ଷ ରାହୁଳ ଗାନ୍ଧି ଏପ୍ରିଲ ୨୩ ତାରିଖରେ ମଧ୍ୟ ପ୍ରଦେଶ ଶାହଡୋଲରେ ରାଲି କରିବା ବେଳେ ମୋଦି ସରକାରକୁ ଟାର୍ଗେଟ କରି କରି ଏକ ମନ୍ତବ୍ୟ ଦେଇଥିଲେ ଯାହାକୁ ନେଇ ତାଙ୍କୁ ନିର୍ବାଚନ କମିଶନ ଏକ ନୋଟିସ ଜାରି କରି ତାର ଉତ୍ତର ଦେବାକୁ କହିଛନ୍ତି ।
ସୂଚନା ଯୋଗ୍ୟଯେ ଏହି ରାଲିରେ ଉଦଭୋଧନ ଦେଇ ରାହୁଲ କହିଥିଲେ ମୋଦି ସରକାର ଆଦିବାସୀଙ୍କ ପାଇଁ ଯେଉଁ ନ୍ରୂଆ ନିୟମ ଆଇଛନ୍ତି ସେଥିରେ ଆଦିବାସୀଙ୍କୁ ଗୁଳିକରି ହେବ ବୋଲି ରାହୁଳ ବକ୍ତବ୍ୟରେ କହିଥିଲେ । ଯାହାକୁ ନେଇ ବିବାଦ ଦେଖା ଦେଇଥିଲା । ଏ ନେଇ ବିଜେପି ନେତା ଓମ୍ ପାଠକ ମଧ୍ୟପ୍ରଦେଶ ନିର୍ବାଚନ କମିଶନଙ୍କ ପାଖରେ ଅଭିଯୋଗ କରିଥିଲେ ।
ଏନେଇ ନିର୍ବଚନ କମିଶନ ରାହୁଳଙ୍କୁ ନୋଟସି ଜାରି କରିଥିଲେ । ନୋଟିସରେ ଉଲ୍ଲେଖ ରହିଛି ଏହା ଜନପ୍ରତିନିଧି ଆକ୍ଟରେ ଆଚରଣବିଧିର ଉଲ୍ଲଘନ କରୁଛି । ତେବେ ରାହୁଲ ଯଦି ଏହାର ଜବାବ ୪୮ ଘଣ୍ଟା ମଧ୍ୟରେ ନଦେବେ ତେବେ ଚନିର୍ବାଚନ କମିଶନ ତାଙ୍କ ଆଡୁ ରାହୁଳଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବେ ବୋଲି ଉଲ୍ଲେଖ ରହିଛି । ପୂର୍ବରୁ ରାହୁଳ ଚୌକିଦାର ଚୋର ହେ , ଏବଂ ସବୁ ମୋଦି ନାମ ଧାରି ଚୋର ବୋଲି କହି ବିବାଦରେ ଫସିଥିଲେ ।