ଭୁବନେଶ୍ୱର (ଏଟିଆର ବ୍ୟୁରୋ); ମାଡି ଆସୁଛି ସାମୁଦ୍ରିକ ଝଡ ‘ଫୋନି’ । ଯାହାକୁ ନେଇ ଭୟଭୀତ ସାରା ଓଡିଶା । ସରକାର ଏହାର ମୁକାବିଲା ପାଇଁ ବ୍ୟାପକ ସୁବିଧା ମଧ୍ୟ କରିସାରିଛନ୍ତି । ଏହି ବାତ୍ୟା କିଭଳି ରୂପ ନେବ ତାକୁ ନେଇ ସମସ୍ତଙ୍କ ମନରେ ଭୟ ରହିଛି । ତେବେ ଏହି ବାତ୍ୟା ୧୯୯୯ ମହାବାତ୍ୟାଠାରୁ ବହୁତ କମ ରହିବ । ନିକଟରେ ଓଡିଶା ତିନୋଟିି ବାତ୍ୟା ‘ତିତଲି’ ଏବଂ ‘ଫାଇଲିନ’ ସମ୍ମୁଖୀନ ହୋଇଛି । ‘ଫୋନି’ର ପ୍ରଭାବ ‘ତିତଲି’ଠାରୁ ବଡ ଏବଂ ‘ଫାଇଲିନ’ଠୁ କମ୍ ରହିବ । ଏହା ‘ହୁଡୁହୁଡ’ଭଳି ରହିବ ବୋଲି ପାଣିପାଗ ବିଭାଗର ଏଡିଜି ମୃତ୍ୟୁଞ୍ଜୟ ମହାପାତ୍ର ସୂଚନା ଦେଇଛନ୍ତି ।
ବାତ୍ୟା କଥା ଉଠିଲେ ଓଡିଶା ୧୯୯୯ ମହାବତ୍ୟାକୁ ମନେ ପକଉଛି । ସବୁଠାରୁ ବଡ ବାତ୍ୟାର ସମୁଖୀନ ହୋଇଥିଲା ଓଡିଶା । ଯାହାକି ଆଜି ପର୍ଯ୍ୟନ୍ତ ସମସ୍ତଙ୍କ ମନରେ ରହିଛି । ଏଣୁ ବାତ୍ୟା ଆସିବା କଥା ଶୁଣିଲେ ଭୟ କରିଯାଉଛନ୍ତିି ଓଡିଶାବାସୀ । ୧୯୯୯ ବାତ୍ୟାରେ ମୁଖ୍ୟତଃ ଜଗତସିଂହପୁରେ ଅଧିକ କ୍ଷତି ହୋଇଥିଲା । ବହୁ ଧନ ଏବଂ ଜୀବନ ନଷ୍ଟ ହୋଇଥିଲା । ତେବେ ‘ଫୋନି’ର ପ୍ରଭାବ ମଧ୍ୟ ଜଗତସିଂହପୁର ପଡିବ ବୋଲି ସୂଚନା ମିଳିଛି । ଏଣୁ ଜିଲ୍ଲାର ସମୁଦ୍ରକୂଳିଆ ଅଞ୍ଚଳରୁ ୮୦ ହଜାର ଲୋକଙ୍କୁ ସ୍ଥାନାନ୍ତର କରାଯିବ । ରାଜ୍ୟରେ ସମୁଦାୟ ୮ଲକ୍ଷ ଲୋକଙ୍କୁ ସ୍ଥାନାନ୍ତରିତ କରି ସୁରକ୍ଷିତ ସ୍ଥାନରେ ରଖାଯିବ ।
ଓଡିଶାଠାରୁ ମାତ୍ର ୫୧୦ କିମି ଏବଂ ବିଶାଖାପାଟଣାମଠାରୁ ୨୬୦ କିମି ଦୂରରେ ରହିଛି ବାତ୍ୟା ‘ଫୋନି’ । ଘଣ୍ଟାକୁ ୭ କିମି ବେଗରେ ଏହା ଓଡିଶା ମୁହାଁ ହେଉଛି । ‘ଫନି’ ପ୍ରଭାବରେ ଆଜି ସଂଧ୍ୟାରୁ ରାଜ୍ୟରେ ବର୍ଷା ଆରମ୍ଭ ହେବ। ବାତ୍ୟା ‘ଫନି’ ସ୍ଥଳଭାଗ ଛୁଇଁବା ବେଳେ ପବନର ବେଗ ୧୭୦ରୁ ୧୮୦ କିମି ରହିବ ବୋଲି ଭାରତୀୟ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ‘ଫନି’ ଲାଗି ବିଶେଷକରି ଉପକୂଳବର୍ତ୍ତି ଜିଲ୍ଲାର ଜିଲ୍ଲାପାଳମାନଙ୍କୁ ସତର୍କ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି।