ଗୁଜୁରାଟ (ଏଟିଆର ବ୍ୟୁରୋ): ଖୁବ୍ ଶୀଘ୍ର ରାଜ ରାସ୍ତାରେ ଗଡିବ ପ୍ରଦୂଷଣ ମୁକ୍ତ ଇଲେକ୍ଟ୍ରିକ ବସ୍ । ଏହାର ଆରମ୍ଭ ପ୍ରଥମେ ଅହମଦାବାରୁ ହିଁ ହେବ, କାରଣ ଅହମଦାବାଦର ମ୍ୟୁନିସପାଲ କର୍ପୋରେସନର ନିଷ୍ପତି ଅନୁଯାୟୀ ନୂଆ ବର୍ଷରେ ସହରରେ ବିଆରଟିଏସ୍ କରିଡରରେ ଆଗାମୀ କିଛି ଦିନ ମଧ୍ୟରେ ଅତି କମରେ ୫୦ଟି ବସ୍ ଗଡିବ ।
ସ୍ଥାନୀୟ ଲୋକଙ୍କ କହିବାନୁଯାୟୀ ଚାରୀ ବର୍ଷ ପୂର୍ବେ ବିଜୟ ରୂପାନୀ ଯେଉଁ ପ୍ରତିଶୃତି ଦେଇଥିଲେ ତାହାକୁ ସେ ପୂରଣ କରିବାକୁ ଯାଉଛନ୍ତି । ଜରୁରୀକାଳୀନ ମୁଖ୍ୟମନ୍ତ୍ରୀ ଆନନ୍ଦୀବହନ ପଟେଲଙ୍କ ସରକାର ସମୟରେ ବିଜୟ ରୂପାନୀ ଯେତେବେଳେ ପରିବହନ ମନ୍ତ୍ରୀ ଥିଲେ ସେତେବେଳେ ସେ ଲୋକଙ୍କ ପ୍ରତିଶୃତି ଦେଇଥିଲେ । ସେ କହିଥିଲେ କି ଗାନ୍ଧୀନଗର ଏବଂ ଅହମଦାବାଦ ମଧ୍ୟରେ ଇଲେକ୍ଟ୍ରିକ ବସ୍ ଗଡିବ । ଏବେ ସେ ତାଙ୍କ ପ୍ରତିଶୃତିକୁ ପୂରଣ କରିବାକୁ ଯାଉଛନ୍ତି ।
ଏହାସହିତ ସେ କହିଥିଲେ କି ଗୁଜୁରାଟ ଏବଂ ଅହମଦାବାଦ ମଧ୍ୟରେ ଇଲେକ୍ଟ୍ରିକ ବସ୍ ଚାଲିବା ପାଇଁ ଗୁଜୁରାଟ ଏସଟି କର୍ପୋରେସନ୍ ଏବଂ ପାୱାର କର୍ପୋରେସନ୍ ଲିମିଟେଡ୍ ଦ୍ୱାରା ଏକ ପାଇଲଟ ପ୍ରୋଜେକ୍ଟ ସ୍ଥାପିତ କରାଯିବ । ଏହି ସୁବିଧା ଦ୍ୱାରା ଇଲେକ୍ଟ୍ରି ବସ୍ କୁ ଚାର୍ଜ କରିବା ପାଇଁ ଗାନ୍ଧୀନଗର ସେଣ୍ଟ୍ରାଲ ବସ୍ ଷ୍ଟେସନରେ ସୋଲାର ପାୱାର ଚାର୍ଜିଙ୍ଗ ଷ୍ଟେସନ ଆରମ୍ଭ କରାଯିବ ।
ବର୍ତ୍ତମାନ ଅହମଦାବାଦ ସହରର ବିଆରଟିଏସ୍ ରୁଟ୍ ରେ ୨୫୫ଟି ସିଏନଜି ବସ୍ ଚାଲୁଛି । ଏବେ ପରିବେଶ ପ୍ରଦୂଷଣ ନହେବାକୁ ଦୃଷ୍ଟିରେ ରଖି ସହରରେ ଇଲେକ୍ଟ୍ରି ବସ୍ ଚାଲିବାକୁ ସରକାର ନିର୍ଣ୍ଣୟ ନେଇଛନ୍ତି । ପ୍ରଥମ ପର୍ଯ୍ୟାୟରେ ୫୦ଟି ବସ୍ ଗଡିବ ।