ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଦୁନିଆର ସବୁଠାରୁ ବଡ ଭ୍ୟାକ୍ସିନ ମ୍ୟାନୁଫ୍ୟାକଚରର ସେରମ ଇଂଷ୍ଟିଚ୍ୟୁଟ ଅଫ୍ ଇଣ୍ଡିଆ ର ସିଇଓ ଆଦର ପୁନୱାଲାଙ୍କୁ ଏସିଆନ ଅଫ୍ ଦି ଇୟର ସମ୍ମାନରେ ସମ୍ମାନୀତ କରାଯାଇଛି । ସିଙ୍ଗାପୁରର ଲିଡିଙ୍ଗ ଡେଲି ପକ୍ଷରୁ ପୁନୱାଲାଙ୍କ ସମେତ ୬ ଜଣଙ୍କୁ ସମ୍ମାନିତ କରାଯାଇଛି । କୋଭିଡ ମାହାମାରୀ ସହ ଲଢିବା ଏବଂ ତାଙ୍କ ସହଯୋଗ ପାଇଁ ପୁନୱାଲାଙ୍କୁ ସମ୍ମାନୀତ କରାଯାଇଛି ।
ପୁନୱାଲାଙ୍କ ବ୍ୟତିତ ଅନ୍ୟ ଯେଉଁ ମାନଙ୍କୁ ଏହି ପୁରସ୍କାର ଦିଆଯାଇଛି ସେମାନେ ହେଉଛନ୍ତି ଚୀନ୍ ର ଅନୁସନ୍ଧାନକାରୀ ଝାଙ୍ଗ ୟୋଙ୍ଗଝୋନ, ଜୀନ ର ମେଜର ଜେନେରାଲ ଚେନ୍ ବି, ଜାପାନର ଡଃ.ରାଇଓଚୀ ମୋରିସୀତା, ସିଙ୍ଗାପୁରର ପ୍ରଫେସର ଓଇଇ ଇଙ୍ଗ ଇଓଙ୍ଗ ଏବଂ ଦକ୍ଷୀଣ କୋରିଆର ବ୍ୟବସାୟୀ ସିୟୋ ଜଙ୍ଗ-ଜିନ୍, ଯାହାଙ୍କ କମ୍ପାନୀ ଦୁନିଆର କରୋନା ଭ୍ୟାକ୍ସିନ ଏବଂ ଅନ୍ୟ କୋଭିଡ୧୯ ଔଷଧ ତିଆରି କରିବା ଏବଂ ବାଣ୍ଟିବାରେ ସକ୍ଷମ ହେବ ।
ଏହି ସସସ୍ତ ପୁରସ୍କାର ବିଜେତାଙ୍କୁ ବାଇରସ ବୁଷ୍ଟର ବୋଲି କୁହାଯାଇଛି । ଆହୁରି ମଧ୍ୟ କୁହାଯାଇଛି କି ତୁମର, ସାହସ, ଯତ୍ନ, ପ୍ରତିବଦ୍ଧତା ଏବଂ ସୃଜନଶୀଳତାକୁ ଆମେ ସଲାମ କରୁଛୁ । ଏହି ବିପଦପୂର୍ଣ୍ଣ ସମୟରେ ଆପଣମାନେ କେବଳ ଏସିଆ ନୁହେଁ ବିଶ୍ୱ ପାଇଁ ଆଶାର ଭରସା ।
୧୯୯୬ ମସିହାରେ ଆଦର ପୁନୱାଲାଙ୍କ ପିତା ସାଇସର ପୁନୱାଲା ସେରମ୍ ଇଂଷ୍ଟିଚ୍ୟୁଟ ସ୍ଥାପନା କରିଥିଲେ । ଏହାପରେ ୨୦୦୧ ମସିହାରେ ଆଦର ପୁନୱାଲା ଏହି କମ୍ପାନୀରେ ଯୋଗ ଦେଇଥିଲେ । ପୁଣି ୨୦୧୧ ରେ କମ୍ପାନୀର ସିଇଓ ହୋଇଥିଲେ ଆଦର ପୁନୱାଲା ।
ପୁନୱାଲ କହିଛନ୍ତି କି, ତାଙ୍କ ଇଂଷ୍ଟିଚ୍ୟୁଟ ଗରିବ ଦେଶର ସହାୟକ କରିବ । ଯାହାଫଳରେ ପ୍ରତ୍ୟେକ ଲୋକଙ୍କ ନିକଟରେ ସହଜରେ କରୋନା ଭ୍ୟାକ୍ସିନ ପହଁଚି ପାରିବ ।