ଭୁବନେଶ୍ୱର(ଏଟିଆର ବ୍ୟୁରୋ):୧୩୦୦ ବର୍ଷର ଏକ ପୁରୁଣା ହିନ୍ଦୁ ମନ୍ଦିର ପାକିସ୍ତାନରୁ ଠାବ କରାଯାଇଛି । ଇଟାଲୀୟ ଏବଂ ପାକିସ୍ତାନୀ ପ୍ରତ୍ନତତ୍ତ୍ୱବୀତ ପାକିସ୍ତାନର ସ୍ୱାତ୍ ଜିଲ୍ଲାର ବାରିକୋଟଠାରେ ଥିବା ଏକ ପାହାଡ଼ରୁ ଏହି ପ୍ରାଚୀନ ମନ୍ଦିର ଠାବ କରିଛନ୍ତି ।ଏଠାରେ ଖନନ ଚାଲିଥିବା ବେଳେ ଏହି ହିନ୍ଦୁ ମନ୍ଦିରର ସଦ୍ଧାନ କରାଯାଇଛି ।
ଏହା ଏକ ବିଷ୍ଣୁ ମନ୍ଦିର ଥିଲାବୋଲି ପାକିସ୍ତାନର ବରିଷ୍ଠ ପତ୍ନତତ୍ତର ଅଧିକାରୀ ଫାଜଲ ଖଲିକ କହିଥିଲେ । ୧୩୦୦ ବର୍ଷ ତଳେ ହିନ୍ଦୁ ଶାସକଙ୍କ ଦ୍ୱାରା ଏହି ମନ୍ଦିର ନିର୍ମିତ ହୋଇଥିଲା ବୋଲି ଫାଜଲ କହିଛନ୍ତି । ଏହି ପତ୍ନତାତ୍ତ୍ୱିକ ଖନନ ବେଳେ ମନ୍ଦିର ସଂଲଗ୍ନ ଅଞ୍ଚଳରେ କ୍ୟାଣ୍ଟନମେଣ୍ଟଏବଂ ଏକ ୱାଚ୍ ଟାୱାରର ଅବଶେଷ ମିଳିଛି ।
୮୫୦ ରୁ ୧୦୨୬ ଖ୍ରୀଷ୍ଟାଦ୍ଦ ମଧ୍ୟରେ କାବୁଲ ଉପତ୍ୟକା , ଗାନ୍ଧାର ଏବଂ ଉତ୍ତର ପଶ୍ଚିମ ଭାରତରେ ଶାସନ କରୁଥିବା ହିନ୍ଦୁ ଶାସକଙ୍କ ଦ୍ୱାରା ଏହି ମନ୍ଦର ନିର୍ମିତ ହୋଇଥିଲା ବୋଲି ବିଶେଷଞ୍ଜମାନେ କହିଛନ୍ତି । ଏଥିରେ ମନ୍ଦିର ନିକଟରେ ଏକ ବିଶଳ ପୁଷ୍କରିଣୀର ସନ୍ଧାନ ମିଳିଛି ।୧୩୦୦ ବର୍ଷ ତଳେ ଏଠାରେ ହିନ୍ଦୁମାନଙ୍କର ଶାସନ ଚାଲିଥିଲା ।